Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଞ୍ଜି ନିବେଶ ପାଇଁ ବାଟ ଫିଟୁଛି: ଦିନକରେ ୧୧ କମ୍ପାନୀ ସହ ଓଡ଼ିଶା ସରକାରଙ୍କ ଏମ୍ଓୟୁ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପୁଞ୍ଜି ନିବେଶ ପାଇଁ ବାଟ ଫିଟୁଛି: ଦିନକରେ ୧୧ କମ୍ପାନୀ ସହ ଓଡ଼ିଶା ସରକାରଙ୍କ ଏମ୍ଓୟୁ

ନୂଆଦିଲ୍ଲୀ: ଓଡ଼ିଶାରେ ବିପୁଳ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଲା । ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ବିଭିନ୍ନ କମ୍ପାନୀ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ସ୍ଵାକ୍ଷରିତ ହୋଇଛି ୧୧ଟି ଏମ୍ଓୟୁ । ଆଜି ଆଉ ତିନିଟି ବୁଝାମଣାପତ୍ର ସ୍ଵାକ୍ଷରିତ ହେବ ବୋଲି ଜଣାପଡ଼ିଛି । କ୍ଵାଣ୍ଟ ସୋଲାର ଭଳି ୧୪ଟି କମ୍ପାନୀ ସହ ସକାରାତ୍ମକ ଆଲୋଚନା ହୋଇଛି ।


ସମସ୍ତ କମ୍ପାନୀ ଖୁବଶୀଘ୍ର ଓଡ଼ିଶାରେ ନିଜର ପ୍ରକଳ୍ପ ଆରମ୍ଭ କରିବେ । ସୋମବାର ନୂଆଦିଲ୍ଲୀର ତାଜ ପ୍ୟାଲେସରେ ଓଡ଼ିଶା ସରକାର ୧୧ଟି ଏମ୍ଓୟୁ ବିଭିନ୍ନ କମ୍ପାନୀ ମାନଙ୍କ ସହ କରିଛନ୍ତି । ପାଖାପାଖି ୨୭ ହଜାର ୫୯୫ କୋଟି ନିବେଶ କରିବେ ଏହି ୧୧ କମ୍ପାନୀ । ଯାହା ଦ୍ୱାରା ରାଜ୍ୟରେ ୨୭ ହଜାର ନିଯୁକ୍ତି ସୃଷ୍ଟି ହେବ ।


ଆଜି ଆଇଓସିଏଲ୍, ପେଟ୍ରୋନେଟ୍ ଏଲଏନଜି, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭସ୍ ଲିମିଟେଡ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ କରିବେ ରାଜ୍ୟ ସରକାର । ଏହି ସବୁ କମ୍ପାନୀ ଓଡ଼ିଶାରେ ୩୦୦୦ କୋଟି ଟଙ୍କା ନିବେଶ କରିବେ । ଯେଉଁଥିରେ ରାଜ୍ୟରେ ୨୧, ୩୯୦ ଜଣ ଯୁବକ ଯୁବତୀଙ୍କୁ ବିଭିନ୍ନ ସେକ୍ଟରରେ ନିଯୁକ୍ତି ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋଟ ୧୪ଟି କମ୍ପାନୀ ମାଧ୍ୟମରେ ଆସିବ ମୋଟ ୩୦ ହଜାର ୫୯୫ କୋଟିର ନିବେଶ । ସୃଷ୍ଟି ହେବ ୪୮ ହଜାରା ୩୯୦ ନିଯୁକ୍ତି ସୁଯୋଗ । ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ପାଲଟିବ ଓଡ଼ିଶା । ନିବେଶ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାର ଏବଂ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Sponsored
Odisha Signs MoU With 11 Company In Delhi | Argus News