SIR Starts in Odisha / ଆଜିଠାରୁ ଓଡ଼ିଶାରେ SIR,ଘରକୁ ଘର ବୁଲି ସର୍ଭେ କରିବେ BLO,ଚିହ୍ନଟ ହେବେ ରାଜ୍ୟରେ ରହୁଥିବା ବାଲାଂଦେଶୀ
·3 months ago·2 min read

Key Points
ଆଜିଠାରୁ ଓଡ଼ିଶାରେ SIR
ବାଦ୍ ପଡ଼ିବେ ନକଲି ଭୋଟର
ଚିହ୍ନଟ ହେବେ ରାଜ୍ୟରେ ରହୁଥିବା ବାଲାଂଦେଶୀ
ବାଦ୍ ପଡ଼ିବେ ନକଲି ଭୋଟର
ଚିହ୍ନଟ ହେବେ ରାଜ୍ୟରେ ରହୁଥିବା ବାଲାଂଦେଶୀ
ଭୁବନେଶ୍ବର,୩୦/୦୫: ଆଜିଠାରୁ ଆରମ୍ଭ ହେବ ଏସଆଇଆର । ବାଦ୍ ପଡ଼ିବେ ନକଲି ଭୋଟର । ଚିହ୍ନଟ ହେବେ ରାଜ୍ୟରେ ରହୁଥିବା ବାଲାଂଦେଶୀ । ଆଜିଠୁ ରାଜ୍ୟରେ ଡୋର ଟୁ ଡୋର ବୁଲିବେ ବୁଥ୍ ଲେବୁଲ ଅଧିକାରୀ। ନୂଆ ଭୋଟର ହୋଇଥିଲେ ଫର୍ମ ୬ରେ ସମସ୍ତ ତଥ୍ୟ ଦେବାକୁ ହେବ। ମୃତ କିମ୍ବା ଦୁଇଟି ଜାଗାରେ ନାଁ ଥିଲେ ଫର୍ମ ୭ରେ ଆବେଦନ କରିବାକୁ ହେବ। ନାଁରେ ସଂଶୋଧନ କରିବାକୁ ଫର୍ମ ୮ରେ ଆବେଦନ କରିବେ । ଫଟୋ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମଧ୍ୟ ଭୋଟର ନୂଆ ଫୋଟୋ ଦେଇ ପାରିବେ।
ଏସଆଇଆର ପାଇଁ ୪୫ ହଜାର ୨୫୫ ବୁଥ ଲେବୁଲ ଅଫିସର ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ରାଜନୈତିକ ଦଳ ୩୧ ହଜାର ୨୬ ଜଣ ବୁଥ୍ ଲେବୁଲ ଏଜେଣ୍ଟ ନିଯୁକ୍ତ କରିଛନ୍ତି। ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ। ଆଶ୍ଵସ୍ତିର କଥା, ସେଥିରୁ ପ୍ରାୟ ୯୫ ପ୍ରତିଶତ ଅର୍ଥାତ ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଭୋଟରଙ୍କ ମ୍ୟାପିଙ୍ଗ ସରିଯାଇଛି। ଏହି ଭୋଟର ମାନେ କେବଳ ନିଜ ଫୋଟୋ ସହ ଦସ୍ତଖତ ଦେବେ । ସେଥିରୁ ୧୭ ପ୍ରତିଶତ ଭୋଟରଙ୍କର ବୟସ, ତ୍ରୁଟି ଏବଂ ନାମ ତ୍ରୁଟି ଦେଖାଉଥିବାରୁ ବିଏଲଓ ମାନେ ତାକୁ ସଂଶୋଧନ କରିବେ । ମ୍ୟାପିଙ୍ଗ ହୋଇନଥିବା ଭୋଟର ମାନେ ଆବଶ୍ୟକୀୟ ପ୍ରମାଣ ପତ୍ର ଦେବାକୁ ପଡିବ । ଅର୍ଥାତ ଆଧାର କାର୍ଡ, ଶିକ୍ଷାଗତ ପ୍ରମାଣପତ୍ର, କିମ୍ଭା ଅନୟାନ୍ୟ ପ୍ରମାଣ ପତ୍ର ଦେବାକୁ ହେବ।
ପଢନ୍ତୁ ଏହି ଖବର: ଆସନ୍ତାକାଲିଠୁ ରାଜ୍ୟରେ SIR, 3 କୋଟି 33 ଲକ୍ଷ 99 ହଜାରରୁ ଅଧିକ ଘର ବୁଲି ଗଣନା କରିବେ ବିଏଲଓ,ଅଣ ଭାରତୀୟ ତାଲିକାରୁ ବାଦ୍
ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପରିଗଣନା ଫର୍ମ ଦିଆଯିବ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଓ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ। ଭୋଟର ଚାହିଁଲେ ନିର୍ବାଚନ କମିସନଙ୍କ ସରକାରୀ ୱେବସାଇଟ୍ (voters.eci.gov.in)ରୁ ଏହି ଫର୍ମ ଡାଉନ୍ଲୋଡ୍ କରିପାରିବେ। ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ। ଏହାସହ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଜୁନ୍ ୨୮ ତାରିଖ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ ପରେ ଜୁଲାଇ ୫ ତାରିଖରେ ଭୋଟର ତାଲିକା ପ୍ରକାଶ କରାଯିବ। ସେହିଦିନଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଛି। ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ନୋଟିସ୍ ପର୍ଯ୍ୟାୟ, ଦାବି ଓ ଆପତ୍ତିର ସମାଧାନ କରାଯିବ। ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆରକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ଶେଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ୩୩ ହଜାର ୨୬ ଜଣଙ୍କୁ ନିଯୁକ୍ତ କରାଯାଇଛି। ବିଜେପିରୁ ସର୍ବାଧିକ ୧୯ ହଜାର ୩୮୦, ବିଜେଡି ୮ ହଜାର ୮୮୧, କଂଗ୍ରେସ ୪ ହଜାର ୬୫୮, ସିପିଆଇଏମ୍ ୬୦, ବିଏସ୍ପି ପକ୍ଷରୁ ୪୭ ବିଏଲ୍ଏ ନିଯୁକ୍ତ ହୋଇଛନ୍ତି। ଆପ୍ ଓ ଏନ୍ପିପି ପକ୍ଷରୁ ଜଣେ ବି ନିୟୋଜିତ ହୋଇନାହାନ୍ତି।
Related Topics
Explore more stories