Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

Smruti Parija
Browse all articles by Smruti Parija
·1 year ago·2 min read
ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଭୁବନେଶ୍ୱର: ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି ।  ୩୩ ଗୋଟି ବର୍ଗ ପାଇଁ ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ପୁରସ୍କାର କରାଯାଇଛି । ୨୦୨୨ ବର୍ଷ ପାଇଁ ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି । 2021ର ଶ୍ରେଷ୍ଠ ଚଳଚ୍ଚିତ୍ର `ପ୍ରତୀକ୍ଷା'। 2020`ସହିଦ ରଘୁ ସର୍ଦ୍ଦାର' ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ।

2022 ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ।

ବୋଉର ହାତବାକ୍ସ ପାଇଁ 2022ର ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର ।

2021ର ଶ୍ରେଷ୍ଠ ମୁଖ୍ୟ ଅଭିନେତା ଦୀପନ୍ବିତ ଦାଶମହାପାତ୍ର ।

2020 ବର୍ଷ ପାଇଁ ଫିଲ୍ମ ସହିଦ ରଘୁ ସର୍ଦ୍ଦାର ପାଇଁ ଶ୍ରେଷ୍ଠ ମୁଖ୍ୟ ଅଭିନେତା ଦେବାଶିଷ ପାଚ୍ର ଏବଂ କାବ୍ୟାକିରଣ ଶୁକ୍ଳା ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ।

ଏଥିସହ ଅମ୍ଳାନ ଦାସଙ୍କୁ ଫଲ୍ମ ରୋମିଓ ରାଜା ପାଇଁ ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଘୋଷଣା ।

2020 ବର୍ଷ ପାଇଁ ଅନନ୍ତ ମହାପାତ୍ରଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ।

2022 ପାଇଁ ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ଏବଂ 2021 ପାଇଁ ଶ୍ରୀନିବାସ ମହାପାତ୍ରଙ୍କୁ ମୋହନ ସୁନ୍ଦର ଗୋସ୍ବାମୀ ପୁରସ୍କାର ।

ସେହିଭଳି ୨୦୨୧ ପାଇଁ ଶଙ୍କର ପ୍ରଧାନଙ୍କୁ ଶ୍ରେଷ୍ଠ ହାସ୍ୟ କଳାକାର ପୁରସ୍କାର ପାଇବେ ।

ଅରୁନ୍ଧତୀ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶ୍ୱାସ ଫିଲ୍ମ ପାଇଁ ନବନୀତ ମହାନ୍ତିଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ବିବେଚିତ କରାଯାଇଛି ।

୨୦୨୧ ପାଇଁ ସୁଧାଂଶୁ ଭୁଷଣ ମହାନ୍ତି ଶ୍ରେଷ୍ଠ କଳା ନିର୍ଦ୍ଦେଶକ ପୁରସ୍କାର ପାଇବେ ।

ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର ହେଉଛି ଡେଣା ।

‘ଭୋକ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଅଙ୍କିତ କୁମାର ଏବଂ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ କୁନା ତ୍ରିପାଠୀ ।

‘ଚକ୍ଷୁ ବନ୍ଧନ’ ଫିଲ୍ମ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଶାନି ଶେନ ଗୁପ୍ତା ।

୨୦୨୦ ବର୍ଷ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ତଥା ଜୀବନବ୍ୟାପୀ ସାଧନା ସମ୍ମାନ ପୁରସ୍କାର ପାଇବେ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ।  

2020ବର୍ଷରେ ଫିଲ୍ମ କୁଇନ୍ ପାଇଁ ବର୍ଷା ପ୍ରିୟଦର୍ଶନୀଙ୍କୁ ସ୍ବତନ୍ତ୍ର ଜୁରୀ ପୁରସ୍କାର ।

2020 ପାଇଁ ଶ୍ରେଷ୍ଠ ଶିଶୁ ଅଭିନେତା ଅଜୟ ଚୈଧୁରୀ (ଚଳଚ୍ଚିତ୍ର ମାସ୍କ ) ।

ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ମାସ୍କ(ନିର୍ଦ୍ଦେଶକ ଡଃ ଶ୍ୱେତ କୁମାର ଦାସ) ।  

2021ରେ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଦି ହିଲିଂ ଟଚ୍ (ପ୍ରଯୋଜକ ନିଳା ମହାପାତ୍ର, ନିର୍ଦ୍ଦେଶକ ଡଃ ଶ୍ୱେତ କୁମାର ଦାସ) ।
 

Sponsored
Odisha State Film Awards announced | Argus News