ପ୍ରବାସୀ ଭାରତୀୟ ଦିବସ; ରାତି 9 ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ

Key Points
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି 9 ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ ।
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି 9 ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ସାଧାରଣ ଦିନରେ ସାଢ଼େ ୫ଟା ଯାଏଁ ଖୋଲା ରହେ ରାଜ୍ୟ ସଂଗ୍ରହାଳୟ । ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି ।
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି 18ତମ ପ୍ରବାସୀ ଭାରତୀୟ ଦିବସ । ଜାନୁଆରୀ 8ରୁ 10 ତାରିଖ ଯାଏଁ ଉତ୍ସବ ମୁଖର ହେବ ସ୍ମାର୍ଟ ସିଟି । ଅତିଥିଙ୍କ ସ୍ଵାଗତ ଲାଗି ପୁରା ପ୍ରସ୍ତୁତ ରାଜଧାନୀ ଭୁବନେଶ୍ଵର । ଚଳଚଞ୍ଚଳ ଭୁବନେଶ୍ବର ବିମାନବନ୍ଦର । ମୁଖ୍ୟ ସମ୍ମିଳନୀ ସ୍ଥଳ ଜନତା ମୈଦାନରେ ସ୍ଵତନ୍ତ୍ର ହ୍ୟାଙ୍ଗରଗୁଡିକରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ପ୍ରତିବିମ୍ବ ଦେଖିବେ ପ୍ରବାସୀ ଅତିଥି ।
📱 Get Argus News App
✨ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଆସିବାକୁ ଥିବା ଦେଶ ବିଦେଶର 10 ହଜାର ଅତିଥିଙ୍କ ସତ୍କାର ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ପୂର୍ବ ଭାରତରେ ପ୍ରଥମ ଥର ପ୍ରବାସୀ ଭାରତୀୟ ସମ୍ମିଳନୀ ବିଶ୍ଵରେ ତିଆରି କରିବ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ।