Videos
|
Odisha

Discus Throw Accident / ଖେଳ ଦେଖିବାକୁ ଯାଇ ଛାତ୍ର ଗୁରୁତର…ମୁହଁରେ ବାଜିଲା ଡିସ୍କସ…ଖପୁରୀ ହାଡ଼ ଭାଙ୍ଗିଲା

Ritu Das
Browse all articles by Ritu Das
·1 hour ago·2 min read
ଖେଳ ଦେଖିବାକୁ ଯାଇ ଛାତ୍ର ଗୁରୁତର…ମୁହଁରେ ବାଜିଲା ଡିସ୍କସ…ଖପୁରୀ ହାଡ଼ ଭାଙ୍ଗିଲା
India

Key Points

ଖେଳ ହେଲା କାଳ
କିଏ ଜାଣିଥିଲା ଖେଳ ଦେଖିବାକୁ ଯାଇ ସାରା ଜୀବନ କଷ୍ଟ, ଯନ୍ତ୍ରଣାରେ ଛଟପଟ ହେବେ
ଖେଳ ହେଲା କାଳ। କିଏ ଜାଣିଥିଲା ଖେଳ ଦେଖିବାକୁ ଯାଇ ସାରା ଜୀବନ କଷ୍ଟ, ଯନ୍ତ୍ରଣାରେ ଛଟପଟ ହେବେ। ଚାଲିଥିଲା କ୍ରୀଡା ପ୍ରତିଯୋଗିତା l ହେଲେ ନ ଥିଲା ବୋଧେ ଖେଳ ନିୟମ। ମୁହଁରେ ଜଣେ ଖେଳାଳି ଫିଙ୍ଗୁଥିବା ଡିସ୍କକସ ଥ୍ରୋ ବାଜି ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ପଲସାଗୋରା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା। ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ। ଆୟୋଜକ ପଲସାଗୋରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଠାରୁ ପ୍ରାୟ ୧ କିମି ଦୂର ଉକ୍ତ ଖେଳ ପଡିଆ କୁ ଖେଳ ଦେଖିବାକୁ ଯାଇଥିଲେ। ଖେଳରେ ଅଂଶ ଗ୍ରହଣ ନ କଲେ ମଧ୍ୟ ଦେଖି ଶିଖିବା ତଥା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ଉଚିତ।

ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀର ଜଣେ ମେଧାବୀ ଛାତ୍ର ଲିପୁନ ରଣା ତାଙ୍କ ଅନିଚ୍ଛା ସତ୍ତ୍ବେ ଖେଳ ଦେଖିବାକୁ ଯାଇଥିଲେ। ଡିସ୍କକସ ଥ୍ରୋ ଖେଳ ଚାଲିଥାଏ ଓ ଲିପୁନ ପାଖରେ ଠିଆ ହୋଇ ଦେଖୁଥିଲା। ଜଣେ ପ୍ରତିଯୋଗୀ ଡିସ୍କସ ଫିଙ୍ଗିଲା ବେଳେ ତାହା ଆସି ଲିପୁନଙ୍କ ମୁହଁରେ ବାଜି ଥିଲା ଓ ସେ ଗୁରୁତର ଭାବେ କ୍ଷତାକ୍ତ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ସୋନପୁର ଓ ପରେ ବରଗଡ଼ ବିକାଶ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ଲିପୁନଙ୍କ ବାମ ପଟ କପାଳର ହାଡ ଭାଙ୍ଗି ଯାଇଥିବ ଓ ତାହାର ପ୍ରଭାବ ଆଖି ପର୍ଯ୍ୟନ୍ତ ଯାଇ ରକ୍ତ ଜମା ହୋଇଯାଇଥିଲା। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରବର୍ତୀ ସମୟରେ ଉକ୍ତ ଛାତ୍ରଙ୍କର କ୍ରାମିଓଟୋମି ସର୍ଜରୀ କରାଯାଇଛି। ଅନେକ ଚିକିତ୍ସା ପରେ ଗୋଟିଏ ସର୍ଜରୀ ସରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି।

ଏବେ ଲିପୁନଙ୍କ ମାନସିକ ଅବସ୍ଥା ଠିକ ରହୁ ନ ଥିବା କହିଛନ୍ତି ପରିବାର ଲୋକ। ବାପା ମା’ ଯାହାକିଛି ସଞ୍ଚିଥିଲେ ସରିଆସିଲାଣି। ଶିକ୍ଷକମାନେ ମଧ୍ୟ କିଛି ଆର୍ଥିକ ସହଯୋଗ କରିଥିଲେ। ତଥାପି ଲିପୁନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଭଲ ହେବାକୁ ଆହୁରି ଉନ୍ନତ ଚିକିତ୍ସାର ଆବଶ୍ୟକ ରହିଛି। ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପରିବାର ଲୋକ ନିବେଦନ କରିଛନ୍ତି।

ଅନ୍ୟ ପଟେ ଡିସ୍କକସ ଥ୍ରୋ ପରି ଖେଳରେ ଭାଗ ନେଇଥିବା ଖେଳାଳିଙ୍କ ଛଡା କେହି ପାଖରେ ନ ରହିବାର ନିୟମ ଥିବା ବେଳେ, ଲିପୁନ ପାଖକୁ ଗଲେ କିପରି ତାହା ଏବେ ବଡ଼ ପ୍ରଶ୍ନ। ତେବେ କାର୍ଯ୍ୟରେ ଅବହେଳା କରିଥିବା ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ଓ ସମାଜସେବୀ ସଦାଶିବ ପାଢ଼ୀ ଦାବି କରିଛନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: