Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଭଦ୍ରା ଯୋଜନା : କାହାକୁ ମିଳିବ , କାହାକୁ ମିଳିବନି ?

Odisha

ସୁଭଦ୍ରା ଯୋଜନା : କାହାକୁ ମିଳିବ , କାହାକୁ ମିଳିବନି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ସୁଭଦ୍ରା ଯୋଜନା : କାହାକୁ ମିଳିବ , କାହାକୁ ମିଳିବନି ?

Key Points

  • ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର
  • ଏଣିକି ବର୍ଷକୁ ମହିଳା ପାଇବେ ୧୦ ହଜାର

ଅର୍ଗସ ବ୍ୟୁରୋ : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର SOP । ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି କ୍ୟାବିନେଟ୍‌ରେ ସୁଭଦ୍ରା ଯୋଜନାର SOP ପାରିତ ହେବା ପରେ ଆଜି ଗୃହରେ ଆସିଲା ଏସ୍‌ଓପି ।  ମୋହନଙ୍କ ସୂଚନା ଅନୁସାରେ, ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ଯୋଜନା ମିଳିବ । ଖାସ୍‌ କରି ୨୧ ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ ଦଫାରେ ୫ ହଜାର ଟଙ୍କା ଯିବ । ତେବେ ଏହି ଟଙ୍କା ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ବୋଲି କୁହାଯାଇଛି । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଟଙ୍କା ଦିଆଯିବ ।

ସୁଭଦ୍ରା ଟଙ୍କା, କେମିତି କରିବେ ଆବେଦନ ?

ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ସୁଭଦ୍ରା ଟଙ୍କା ଲାଗି ଆବେଦନ କରିପାରିବେ । ସେହିପରି ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ମଧ୍ୟ ମହିଳାମାନେ ଆବେଦନ କରିପାରିବେ । ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ। ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାହାକୁ ମିଳିବନି ସୁଭଦ୍ରା ଟଙ୍କା ?

ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ପାଇବେନି ସୁଭଦ୍ରା ସହାୟତା । ସେହିପରି ସରକାରୀ ଚାକିରି କରୁଥିବା ମହିଳା, ଆୟକର ପ୍ରଦାନ କରୁଥିବା ମହିଳା, ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିବା ମହିଳାମାନଙ୍କୁ ମିଳିବନି ସୁଭଦ୍ରା ସହାୟତା । ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ବି ମିଳିବନି ‘ସୁଭଦ୍ରା’ ଟଙ୍କା ।
 

Sponsored
Subhadra Yojana | Argus News