Government Update / ଜମି କାମ ପାଇଁ ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ; ହ୍ଵାଟ୍ସଆପ୍ରେ ମିଳିବ ୨୪ ଘଣ୍ଟିଆ ସେବା
·7 months ago·2 min read

Key Points
ହ୍ଵାଟ୍ସଆପ୍ରେ ମିଳିବ ରାଜସ୍ଵ ବିଭାଗର ସେବା । ଅନଲାଇନ୍ରେ ରାଜସ୍ଵ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଭୁବନେଶ୍ଵର: ତହସିଲ୍ କାର୍ଯ୍ୟାଳୟକୁ ଧାଁ ଦଉଡ଼ରୁ ମିଳିବ ମୁକ୍ତି । ହ୍ଵାଟ୍ସଆପ୍ରେ ମିଳିବ ରାଜସ୍ଵ ବିଭାଗର ସେବା । ଅନଲାଇନ୍ରେ ରାଜସ୍ଵ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଜମି ଜମା ବାବଦୀୟ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ଅଭିଯୋଗକୁ ସମୟ ସୀମା ମଧ୍ୟରେ ସମାଧାନ କରାଯିବ ।"
ଏଥିସହ ପଢ଼ନ୍ତୁ: PFରେ ଆକାଉଣ୍ଟ ଥିଲେ, ଖାତାକୁ ଫ୍ରିରେ ଆସିବ ୫୦ ହଜାର ଟଙ୍କା...
ଏହାଦ୍ଵାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ୍ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଭିତରେ ସମସ୍ୟା ସମାଧାନ ନହେଲେ କିମ୍ବା ଦୁର୍ନୀତି ଅଭିଯୋଗ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ହ୍ଵାଟ୍ସଆପ୍ରେ ଅଭିଯୋଗ କରିପାରିବେ ଆବେଦନକାରୀ । ଆସନ୍ତାକାଲି ରାଜସ୍ଵ ବିଭାଗର ହ୍ଵାଟ୍ସଆପ୍ ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ଟି ତହସିଲ ଅଫିସ୍କୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ।
ଏଥିସହ ପଢ଼ନ୍ତୁ: ଅଳ୍ପ ପାଠପଢ଼ି ଗୁଗୁଲରେ କିପରି ପାଇବେ ଚାକିରି, ଏଥିପାଇଁ କଣ କରିବେ ଜାଣନ୍ତୁ..
୨୦୨୫ ମାର୍ଚ୍ଚରେ ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍ ହା ଆପ୍ ଚାଟ୍ବଟ୍ର ଶୁଭାରମ୍ଭ କରିଥିଲେ । ଗୋଟିଏ ଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସରକାରୀ ସେବା ମିଳିଥିଲା ।
ୟୁନିଫାଏଡ୍ ହାଟ୍ସଆପ୍ ଚାଟ୍ ବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ଵାଟ୍ସଆପ୍ ନମ୍ୱରରେ ସମନ୍ଵିତ କରାଯାଇଛି । ଯାହା ଦ୍ଵାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଇରାକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ଵପୂର୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ ।

Related Topics
Explore more stories