Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଗୁଇଲେନ୍ ବାରେ ସିଣ୍ଡ୍ରୋମକୁ ନେଇ ସତର୍କ ଅଛି ସ୍ଵାସ୍ଥ୍ୟ ବିଭାଗ'

Sushanta Sahoo
Browse all articles by Sushanta Sahoo
·1 year ago·1 min read
'ଗୁଇଲେନ୍ ବାରେ ସିଣ୍ଡ୍ରୋମକୁ ନେଇ ସତର୍କ ଅଛି ସ୍ଵାସ୍ଥ୍ୟ ବିଭାଗ'

ଭୁବନେଶ୍ଵର: ଗୁଇଲେନ୍ ବାରେ ସିଣ୍ଡ୍ରୋମକୁ ନେଇ ମହାରାଷ୍ଟ୍ରରେ ଆତଙ୍କ ଖେଳିଥିବା ବେଳେ ସତର୍କ ରହିଛି ଓଡ଼ିଶା । ପ୍ରତିକ୍ରିୟା ରଖି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ମାରାତ୍ମକ ଭୂତାଣୁ ଦ୍ୱାରା ଗୁଇଲେନ୍ ବାରି ସିଣ୍ଡ୍ରୋମ ବିଭିନ୍ନ ରାଜ୍ୟରେ ବ୍ୟାପୁଛି । ଏହା ଏକ ଜଳ ବାହିତ ରୋଗ । 


ଏଥିରେ ଆକ୍ରାନ୍ତ ହେଲେ ରୋଗୀ ଦୁର୍ବଳ ହେବା ସହ ପାରାଲିସିସ ବା ପକ୍ଷାଘାତ ହେବାର ଲକ୍ଷଣ ଦେଖା ଦେଉଛି । ମହାରାଷ୍ଟ୍ର, ଗୁଜୁରାଟ ପରେ ଏବେ ପଶ୍ଚିମବଙ୍ଗରେ ବି ଏହି ମାମଲା ନଜର ଆସିଲାଣି । ଓଡ଼ିଶାରେ ଜଣେ ବି ରୋଗୀ ଚି଼ହ୍ନଟ ହୋଇ ନାହାନ୍ତି । ତେବେ ଏହି ରୋଗ ପ୍ରତି ସ୍ଵାସ୍ଥ୍ୟ ବିଭାଗ ସତର୍କ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁଇଲେନ୍ ବାରେ ସିଣ୍ଡ୍ରୋମ ନେଇ ଏବେ ସୁଦ୍ଧା କେନ୍ଦ୍ର କୌଣସି ଗାଇଡଲାଇନ୍ ଜାରି କରିନି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଲେ, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।


ମହାରାଷ୍ଟ୍ରରେ ଗୁଇଲେନ୍ ବାରେ ସିଣ୍ଡ୍ରୋମରେ ଏବେ ସୁଦ୍ଧା ୧୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବ୍ରିଟେନ୍‌ରେ ପ୍ରତିବର୍ଷ ଗୁଇଲେନ୍ ବାରେ ସିଣ୍ଡ୍ରୋମରେ ପ୍ରାୟ ୧୫୦୦ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Sponsored
Odisha Taken Steps To Prevent Guillain-Barre syndrome | Argus News