Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Teacher Strike / ଜିଦ୍‌ରେ ଅଟଳ ଶିକ୍ଷକ; ୫ ଦିନ ହେଲା ବିଦ୍ୟାଳୟରେ ହୋଇପାରୁନି ପାଠପଢ଼ା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଜିଦ୍‌ରେ ଅଟଳ ଶିକ୍ଷକ; ୫ ଦିନ ହେଲା ବିଦ୍ୟାଳୟରେ ହୋଇପାରୁନି ପାଠପଢ଼ା
Odisha Teacher Protest

Key Points

ଲିଖିତ ପ୍ରତିଶ୍ରୁତି ନଦେଲେ ଆନ୍ଦୋଳନରୁ ହଟିବେ ନାହି ବୋଲି କହୁଛନ୍ତି ଶିକ୍ଷକ । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ୫ ଦିନ ଧରି ସ୍କୁଲରେ ପାଠପଢା ଠପ୍ ହୋଇ ପଡ଼ିଛି ।
ଭୁବନେଶ୍ଵର: ସରକାରଙ୍କ ପ୍ରତିଶ୍ରୁତି ପରେ ବି ଜିଦରେ ଅଟଳ ଶିକ୍ଷକ । ଲିଖିତ ପ୍ରତିଶ୍ରୁତି ନଦେଲେ ଆନ୍ଦୋଳନରୁ ହଟିବେ ନାହି ବୋଲି କହୁଛନ୍ତି ଶିକ୍ଷକ । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ୫ ଦିନ ଧରି ସ୍କୁଲରେ ପାଠପଢା ଠପ୍ ହୋଇ ପଡ଼ିଛି । ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

ଶିକ୍ଷକଙ୍କ ଏକତା ନାରାରେ କମ୍ପୁଛି ଲୋୟର୍ ପିଏମଜି । ନାର୍ଯ୍ୟ ଦାବି ସରକାର ପୂରଣ କର ନାରା ଦେଇ ବସିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ୬ ତାରିଖରେ ସରକାରଙ୍କ ସହ ଆନ୍ଦୋଳନରତ ଶିକ୍ଷକ ଆଲୋଚନା କରିଥିଲେ । ସରକାର ଭରସା ଦେଲେ ଦାବି ପୂରଣ ହେବ ତଥାପି, ନଛୋଡ଼ ବନ୍ଧା ଶିକ୍ଷକ । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନ ସ୍ଥାନ ଛାଡ଼ି ଯିବେନି ବୋଲି ଜିଦ୍ ଧରିଛନ୍ତି ଶିକ୍ଷକ ।

ଏଥିସହ ପଢ଼ନ୍ତୁ: ମିଳିଲାନି ମହିଳାଙ୍କ କଟାମୁଣ୍ଡ; ମାଟିରେ ମୁଣ୍ଡର ପ୍ରତିକୃତି କରି ଆଦିବାସୀ ରୀତିନୀତିରେ କଲେ ଶବ ଦାହ

ପ୍ରାଥମିକ ଶିକ୍ଷକଙ୍କ ଦାବି ଗ୍ରେଡ୍ ପେ'କୁ ୨୨୦୦ରୁ ୪୨ ଶହ କରାଯାଉ । ୪୨ ଶହ ଗ୍ରେଡ୍ ପେ' ହେଲେ ଶିକ୍ଷକଙ୍କ ମୂଳ ଦରମା ହେବ ୩୪ ହଜାର ୫୦୦ ଟଙ୍କା । ଏବେ ୨୨ ଶହ ଗ୍ରେଡ୍ ପେ' ଅନୁସାରେ ସେମାନଙ୍କ ମୂଳ ଦରମା ରହିଛି ୨୩ ହଜାର । ଯେଉଁମାନେ ୧୭ରୁ ୧୮ ବର୍ଷ ଶିକ୍ଷକତା କଲେଣି ଗ୍ରେଡ୍ ପେ' ୨୨ ଶହ ଅନୁସାରେ ସେମାନେ ୫୦ ହଜାର ଟଙ୍କା ଦରମା ପାଉଛନ୍ତି ।

ସେହିପରି ଠିକାରେ ନିଯୁକ୍ତ ପ୍ରାୟ ୧୩ ହଜାର ଶିକ୍ଷକଙ୍କୁ ନିୟମିତ କରିବାକୁ ସଂଘ ଦାବି କରୁଛି । ୨୦୧୭, ୨୦୨୨ ଓ ୨୦୨୩ରେ ବି ଏମିତି ପ୍ରାଥମିକ ଶିକ୍ଷକ ଗ୍ରେଡ୍ ପେ' ବୃଦ୍ଧି ଦାବିରେ ରାଜଧାନୀରେ ଆନ୍ଦୋଳନ କରିଥିଲେ । ସେତେବେଳେ ବି ସରକାର ଦେଇଥିଲେ ପ୍ରତିଶ୍ରୁତି, ଏମିତିକି ୨୦୨୧୭ରେ ଲିଖିତ ପ୍ରତିଶ୍ରୁତି ଦେଇ ଦାବି ପୂରଣ କରି ନ ଥିଲେ ପୂର୍ବ ସରକାର ।

ଏଥିସହ ପଢ଼ନ୍ତୁ: ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍‌କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର

ଏବେ ଶିକ୍ଷକଙ୍କ ଆନ୍ଦୋଳ ଯୋଗୁଁ ସ୍କୁଲରେ ୫ ଦିନ ପାଠପଢ଼ା ହୋଇ ପାରୁନି । ଶିକ୍ଷକଙ୍କ ଅନୁପସ୍ଥିତି ଭିତରେ ଆଗକୁ ପରୀକ୍ଷା ରହିଛି । ପିଲା କେମିତି ପାଠ ପଢ଼ିବେ ତାକୁ ନେଇ ଚିନ୍ତାରେ ଅଭିଭାବକ । ତେବେ ଶିକ୍ଷକ ଆନ୍ଦୋଳନ ଆଗକୁ କେଉଁ ମୋଡ଼ ନେଉଛି ତା' ଉପରେ ସମସ୍ତଙ୍କ ନଜର ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Teacher Protest in Odisha: Classes Halted for 5 Days | Argus News | Argus News