Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

heat wave / ମାର୍ଚ୍ଚ ଆରମ୍ଭରୁ ତାତି, ଗ୍ରୀଷ୍ମ ପ୍ରବାହ ପାଇଁ ଉଚ୍ଚ ଶିକ୍ଷା ବିଭାଗର ଗାଇଡଲାଇନ୍

Bikash Mohanty
Browse all articles by Bikash Mohanty
·4 months ago·2 min read
ମାର୍ଚ୍ଚ ଆରମ୍ଭରୁ ତାତି, ଗ୍ରୀଷ୍ମ  ପ୍ରବାହ ପାଇଁ ଉଚ୍ଚ ଶିକ୍ଷା ବିଭାଗର ଗାଇଡଲାଇନ୍
Heat wave

Key Points

ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ତାପମାତ୍ରା ।
ମାର୍ଚ୍ଚ ଆରମ୍ଭରୁ ବଢିଲାଣି ତାତି
ମାର୍ଚ୍ଚ ଶେଷ ଆଡ଼କୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ
ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ତାପମାତ୍ରା । ମାର୍ଚ୍ଚ ଆରମ୍ଭରୁ ବଢିଲାଣି ତାତି । ଏଥିପାଇଁ ଲୋକମାନେ ଦିନବେଳେ ଯାଆସ ପାଇଁ ସଚେତନ ରହୁଛନ୍ତି । ସେପଟେ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୧୫ ତାରିଖ ମଧ୍ୟରେ ସ୍ଥିତି ଅସହ୍ୟ ହେବନି । କିନ୍ତୁ ତା ପରଠାରୁ ବଢିବ ତାପମାତ୍ରା । ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ସ୍ଥିତିଥିବାରୁ ତାପମାତ୍ରା ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ବର୍ତ୍ତମାନ ଉପକୂଳ ଓଡିଶାରେ ପାରଦ ୩୫ ଡିଗ୍ରୀ ରହୁଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ପାଖାପାଖି ୩୬ ଡିଗ୍ରୀ ରହୁଛି । ସେପଟେ ଚଳିତ ବର୍ଷ ବି ସ୍ବାଭାବିକ ଠୁ ଅଧିକ ଖରା ହେବା ନେଇ ସତର୍କ କରି ସାରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୫,୬ ଦିନ ପରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ତାପମାତ୍ରାରେ ବ୍ରେକ ଲାଗିବାର ସମ୍ଭାବନା ରହିଛି । ସେହିଭଳି ରାଜ୍ୟରେ ୫ଟି ସ୍ଥାନ ୩୬ ଡିଗ୍ରି ଓ ୧୪ଟି ସ୍ଥାନରେ ତାତି ୩୫ ଡିଗ୍ରି ଉପରେ ରହିଛି । ମାର୍ଚ୍ଚ ପ୍ରଥମ ସପ୍ତାହର ଶେଷ ଆଡ଼କୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ବିଶେଷକରି, ଝାରସୁଗୁଡ଼ା, ସୋନପୁର, ଟିଟଲାଗଡ଼ ଓ ଭୁବନେଶ୍ଵର ଭଳି ସହରରେ ତାପମାତ୍ରା ଅଧିକ ରହିବା ନେଇ ଆକଳନ ହେଇଛି ।

ସେପଟେ  ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ। କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକର ଇଣ୍ଟରନାଲ ପରୀକ୍ଷା ଓ କ୍ଲାସ ସକାଳୁ କରାଯିବ । ଅପରାହ୍ନରେ କୌଣସି ଆଉଟଡୋର କାର୍ଯ୍ୟକ୍ରମ ନ ରଖିବାକୁ ନିର୍ଦ୍ଦେଶନାମା ଜାରୀ କରିଛି ରହିଛି ଉଚ୍ଚ ଶିକ୍ଷା ବିଭାଗ। ଶିକ୍ଷାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ORS ଓ ପାନୀୟ ଜଳ ରଖାଯିବ । ଜରୁରୀକାଳୀନ ପରିସ୍ଥିତିକୁ ଗୁରୁତର ସହ ନିଆଯିବ । ଛାତ୍ରଛାତ୍ରୀଙ୍କ ଅସୁବିଧା ହେଲେ ତୁରନ୍ତ ହସ୍ପିଟାଲକୁ ନିଆଯିବ।  ଅଭିଭାବକ ମାନେ ମଧ୍ୟ ପିଲାଙ୍କୁ ପାଣି ବୋତଲ ସହ ପିଲାଙ୍କୁ ଶିକ୍ଷା ଅନୁଷ୍ଠାନକୁ ପଠେଇବ ଏହା ଧ୍ୟାନ ରଖିବେ। । ସେପଟେ ହିଟ୍ ଓ୍ବେଭର ମୁକାବିଲା ପାଇଁ ସବୁ ମେଡିକାଲକୁ ପ୍ରସ୍ତୁତ ରଖାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ହିଟ୍ ଓ୍ବେଭ୍ ଚିକିତ୍ସା ପାଇଁ ସ୍ବତନ୍ତ୍ର ରୁମ୍ ରହିବ ।

ଆଇଏମଡି ଚଳିତବର୍ଷ ହିଟ୍ ୱେଭ ଦିନ ସଂଖ୍ୟା ବଢିପାରେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ଏହି ସମୟରେ ପୂର୍ବ ଓ ମଧ୍ୟ-ପୂର୍ବ ଭାରତର କେତେକ ରାଜ୍ୟରେ ଲୁ ବହିବାର ସମ୍ଭାବନା ରହିଛି। ଏବର୍ଷ ଅଧିକ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଗ୍ରୀଷ୍ମ ପ୍ରକୋପ ମଧ୍ୟ ଅଧିକ ଦିନ ରହିବା ଆଶଙ୍କା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heat wave | Odisha Heatwave Alert: Temperature Rises Across State in Early March | Argus News