Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ପରେ ଓଡ଼ିଶାରେ ବାଘ ଅସୁରକ୍ଷିତ

Rashmita Mishra
Browse all articles by Rashmita Mishra
·10 months ago·2 min read
ହାତୀ ପରେ ଓଡ଼ିଶାରେ ବାଘ ଅସୁରକ୍ଷିତ

Key Points

ଗଲା ୩ ବର୍ଷରେ ଓଡ଼ିଶାରେ ଗୋଟିଏ ବାଘର ମୃତ୍ୟୁ ଘଟିଛି । ରାଜ୍ୟସଭା ତଥ୍ୟରୁ ପ୍ରକାଶ ପାଇଛି । ସଂସଦରେ କେନ୍ଦ୍ର ରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କ୍ରିତୀ ବର୍ଦ୍ଧନ ସିଂ ଗଲା ତିନି ବର୍ଷର ତଥ୍ୟ ଉପସ୍ଥାପନ କରିଛନ୍ତି ।

ହାତୀ ପରେ ଓଡ଼ିଶାରେ ବାଘ ଅସୁରକ୍ଷିତ । ଓଡ଼ିଶାରେ ଧିରେ ଧିରେ ଅସୁରକ୍ଷିତ ହୋଇ ପଡ଼ିଲେଣି ବାଘ । ହାତୀ ପରେ ବାଘଙ୍କ ମୃତ୍ୟୁ ଖବର ଏବେ ସାମ୍ନାକୁ ଆସିଛି । ଗଲା ୩ ବର୍ଷରେ ଓଡ଼ିଶାରେ ଗୋଟିଏ ବାଘର ମୃତ୍ୟୁ ଘଟିଛି । ରାଜ୍ୟସଭା ତଥ୍ୟରୁ ପ୍ରକାଶ ପାଇଛି । ସଂସଦରେ କେନ୍ଦ୍ର ରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କ୍ରିତୀ ବର୍ଦ୍ଧନ ସିଂ ଗଲା ତିନି ବର୍ଷର ତଥ୍ୟ ଉପସ୍ଥାପନ କରିଛନ୍ତି ।

ଏହି ତଥ୍ୟରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି, ଓଡ଼ିଶାରେ ଗୋଟିଏ ବାଘର ମୃତ୍ୟୁ ଘଟିଛି । କିନ୍ତୁ କାରଣ ଜଣାପଡିନାହିଁ, କେମିତି ବାଘଟିର ଦେହାନ୍ତ ହୋଇଛି । ନିକଟ ଅତୀତରେ ରାଜ୍ୟର ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ବାଘଙ୍କୁ ଶିକାର କରାଯାଉଥିବାର ଖବର ସାମ୍ନାକୁ ଆସିଛି । କିଛି ଶିକାରୀଙ୍କୁ ମଧ୍ୟ ଆଇନର କାଠଗଡାକୁ ଟଣାଯାଇଛି । ତେଣୁ ଏଠି ପ୍ରଶ୍ନ ଉଠୁଛି- କେମିତି ହେଲା ବାଘର ମୃତ୍ୟୁ? କିଏ ତାର ଶିକାର କରିନାହାନ୍ତି ତ? ଯଦି ତାହା ହୋଇଥାଏ ତେବେ ବନବିଭାଗ କଣ କରୁଥିଲା ?

ସେପଟେ ତିନି ବର୍ଷରେ ରାଜ୍ୟରେ ୧୦୦ ହାତୀଙ୍କ ହୋଇଛି ଅସ୍ୱାଭାବିକ ମୃତ୍ୟୁ । ରାଜ୍ୟସଭାରେ ଉତ୍ତର ଆସିବା ପରେ ହାତୀ ସୁରକ୍ଷା ନେଇ ବଢିଲା ଚିନ୍ତା ୨୦୨୨-୨୩ରେ ୩୭ଟି ହାତୀଙ୍କ ଅସ୍ୱାଭାବି ମୃତ୍ୟୁ ହୋଇଥିବା ବେଳେ ୨୩-୨୪ରେ ୨୩ଟି ହାତୀଙ୍କ ମୃତ୍ୟୁ, ସେହିଭଳି ୨୪-୨୫ରେ ୪୦ଟି ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ତଥ୍ୟ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ହାତୀଙ୍କ ସୁରକ୍ଷା ପାଇଁ ସରକାର ଆଣିବେ ସ୍ୱତନ୍ତ୍ର ନୀତି, ହାତୀଙ୍କ ପାଇଁ ସରକାର ନେବେ ପଦକ୍ଷେପ ।


ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tigers Declared Unsafe in Odisha After Elephants | Argus News | Argus News