ଆସନ୍ତା 2 ରୁ 3 ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍-ଅଶ୍ୱିନୀ ବୈଷ୍ଣବ

Key Points
ଆସନ୍ତା 2 ରୁ 3 ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍ ।
ଭୁବନେଶ୍ୱର: ଆସନ୍ତା 2 ରୁ 3 ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍ । ବିରାଟ ଆଇଟି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ ଲର୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି 4.0 କ୍ଷେତ୍ର ପାଇଁ ଯୁବକ ଯୁବତୀମାନଙ୍କୁ ପାରଙ୍ଗମ କରାଯିବ । ଓଡ଼ିଶାକୁ ବିରାଟ ଆଇଟି ହବ୍ ରେ ପରିଣତ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏ ନେଇ ଦୁଇ ତିନି ମାସ ଭିତରେ ପଦକ୍ଷେପ ନିଆଯିବ । ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଓଡ଼ିଶାରେ ରେଳବାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଗୋଟି ଗୋଟି କରି ପ୍ରକଳ୍ପ ଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ବିଜେପି ସରକାର ଆସିବା ପରେ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିଲା । ସେଥିରୁ କେତେ ଗୁଡିଏ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଆଉ କିଛି ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଖୁବଶୀଘ୍ର ସେଗୁଡ଼ିକର ଡିପିଆର ପ୍ରସ୍ତୁତ କରାଯିବ । ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଚାଲିବ ସ୍ବତନ୍ତ୍ର ଟ୍ରେନ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।