Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏକ ନମ୍ବର ହେବ ଓଡ଼ିଶା, ଖର୍ଚ୍ଚ ହେବ ୪ ହଜାର କୋଟି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଏକ ନମ୍ବର ହେବ ଓଡ଼ିଶା, ଖର୍ଚ୍ଚ ହେବ ୪ ହଜାର କୋଟି

ରୋଡ ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ୪ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ।

ସେଥିମଧ୍ୟରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ନୀତିନ ଗଡ଼କରୀ । ୪ଟି ସିଆରଆଇଏଫ୍ ବ୍ରିଜ ୪୨୭ କୋଟି ଟଙ୍କାର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ।

ଚଳିତ ବର୍ଷ ଓଡ଼ିଶା ସରକାର ୨୮ ହଜାର କୋଟିର ଅନୁଦାନ ଦାବି କରିଥିବା ବେଳେ ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି । ରୋଡ ସଂଯୋଗୀକରଣରେ ଓଡ଼ିଶା ୮ ନମ୍ବରରୁ ୧ ନମ୍ବର ହେବ । ଭୁବନେଶ୍ୱରରୁ ପୁରୀ, ମେରାଇନ୍ ଡ୍ରାଇଭ ରୋଡ, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ ସହ କିଛି ୪ ଲେନକୁ ୬ ଲେନ୍ କରିବାକୁ ପ୍ରସ୍ତାବ ରହିଛି ।

ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଚିଠି ମାଧ୍ୟମରେ ଏସବୁ ପ୍ରକଳ୍ପ ନେଇ ଜଣାଇଛନ୍ତି । ଉପକୂଳ ରାଜପଥ ଆର୍ଥିକ ଅନୁମତି ମିଳିଛି। କିନ୍ତୁ ପ୍ରଶାସନିକ ଅନୁମତି ମିଳିନଥିବାରୁ ଟେଣ୍ଡର ବିଳମ୍ବ ହେଉଛି। ଉପକୂଳ ରାଜପଥ ଏବଂ କ୍ୟାପିଟାଲ୍ ରିଜନ୍ ରିଙ୍ଗ ରୋଡ । ଏହି ଦୁଇଟି ରାସ୍ତା ଖୁବଶୀଘ୍ର ଆରମ୍ଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha to become number one in road Connecting, cost to be Rs 4,000 crore | Argus News