ରାଜ୍ୟର ୩୧୪ ବ୍ଲକରେ ହେବ ସ୍ପୋର୍ଟ୍ସ କମ୍ପ୍ଲେକ୍ସ; କ୍ରିକେଟ୍, ଫୁଟବଲ୍ ସହ ରହିବ ଇନଡୋର୍ ଷ୍ଟାଡିୟମ୍

Key Points
ଗାଁରୁ ବାହାରିବେ କ୍ରୀଡ଼ା ପ୍ରତିଭା । ଓଡ଼ିଶାର ପ୍ରତି ବ୍ଲକରେ ନିର୍ମାଣ ହେବ କ୍ରୀଡ଼ା ଭିତ୍ତିଭୂମି । ସହର ଭଳି ଗ୍ରାମୀଣ ଅଞ୍ଚଳରେ ବି ହେବ ଷ୍ଟାଡିୟମ୍ ।
ଭୁବନେଶ୍ଵର: ଖେଳକୁ ମିଳିବ ବଳ । ଗାଁରୁ ବାହାରିବେ କ୍ରୀଡ଼ା ପ୍ରତିଭା । ଓଡ଼ିଶାର ପ୍ରତି ବ୍ଲକରେ ନିର୍ମାଣ ହେବ କ୍ରୀଡ଼ା ଭିତ୍ତିଭୂମି । ସହର ଭଳି ଗ୍ରାମୀଣ ଅଞ୍ଚଳରେ ବି ହେବ ଷ୍ଟାଡିୟମ୍ । ରାଜ୍ୟର ୩୧୪ ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ ଲାଗି ୪ ହଜାର ୧୨୪ କୋଟି ଟଙ୍କା ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ବ୍ଲକ ସ୍ତରୀୟ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ା ନିମନ୍ତେ ବ୍ୟବସ୍ଥା ରହିବ । ଫୁଟବଲ୍, କ୍ରିକେଟ ସହ ଇନଡୋର ହଲ୍ କରାଯିବ । ଯେଉଁଠି ସ୍ଥାନୀୟ କ୍ରୀଡ଼ା, ସଂସ୍କୃତିକୁ ପ୍ରୋତ୍ସାହନ ମିଳିବ । ଖୋ ଖୋ, ଭଲିବଲ୍ ମଧ୍ୟ ଖେଳା ଯାଇ ପାରିବ । କ୍ରୀଡ଼ା ନର୍ସରୀ ଭାବେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ପ୍ରଦାନ କରାଯିବ । ଉପଯୁକ୍ତ ପ୍ରଶିକ୍ଷଣ ସହ ସଠିକ୍ ପରାମର୍ଶ ଦେବା ଲାଗି ୩ ଜଣ ପ୍ରଶିକ୍ଷକଙ୍କୁ ପ୍ରତି ସେଣ୍ଟରରେ ନିଯୁକ୍ତ କରାଯିବ । ଯେଉଁ ସ୍ଥାନରେ ଅଧିକ କୋଚ୍ଙ୍କ ଆବଶ୍ୟକତା ରହିବ, ଦିଆଯିବ ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ।
📱 Get Argus News App
✨ଖେଳ ଲାଗି ଇକୋ ସିଷ୍ଟମ ତିଆରି କରାଯିବ । ବ୍ଲକରେ ହେବାକୁ ଥିବା ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ସର୍ବସାଧାରଣ ବ୍ୟବହାର ଲାଗି ଏସଓପି ଆସିବ । ୨୪୮ ବ୍ଲକରେ ସମସ୍ତ କ୍ରୀଡ଼ା ଶୃଙ୍ଖଳା ରହିବ । ଏବେ ୬୬ ବ୍ଲକରେ ଇନଡୋର୍ ହଲ୍ ଥିବା ବେଳେ ଅନ୍ୟ ବ୍ୟବସ୍ଥା କରାଯିବ । ବ୍ଲକସ୍ତରରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଲାଗି ସର୍ବନିମ୍ନ ୮.୫ ଏକର ଜମି ନିଆଯିବ ।