ଖରା ପୂର୍ବରୁ ପାଣି ଚିନ୍ତା: ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ଟ୍ୟୁବୱେଲ୍

Key Points
ରାଜ୍ୟରେ ପୁଣି ଥରେ ଖୋଳାଯିବ ଟ୍ୟୁବୱେଲ୍ ବା ନଳକୂପ । ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ୨ଟି ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ଵର: ଆସୁଛି ଖରା, ସରକାର ସତର୍କ । ଖରା ପୂର୍ବରୁ ସରକାରଙ୍କୁ ଘାରିଛି ପାଣି ଚିନ୍ତା । ରାଜ୍ୟରେ ପୁଣି ଥରେ ଖୋଳାଯିବ ଟ୍ୟୁବୱେଲ୍ ବା ନଳକୂପ । ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ୨ଟି ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ସରକାର ନଳକୂପ ଖୋଳିବା ବନ୍ଦ କରି ଦେଇଥିଲେ ।
ଏବେ ୭୦ରୁ ଅଧିକ ଲୋକ ରହୁଥିବା ଗାଁରେ ନଳକୂପ ଖୋଳାଯିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ । ଗାଁର ଜନସଂଖ୍ୟାକୁ ଦେଖି ଟ୍ୟୁବୱେଲ୍ ଖୋଳିବେ ସରକାର । ଏନେଇ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
📱 Get Argus News App
✨ଆବଶ୍ୟକ ପଡ଼ିଲେ ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇବେ ସରକାର । ଏଥିସହ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେବ । ଜଙ୍ଗଲ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଥିବାରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆ ଯାଇଥିବା କହିଛନ୍ତି ମନ୍ତ୍ରୀ । ୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖା ଯାଇଥିବା ମନ୍ତ୍ରୀ କହିଛନ୍ତି ।
୨୦୨୬ ମାର୍ଚ୍ଚ ମାର୍ଚ୍ଚ ସୁଦ୍ଧା ମେଗା ପ୍ରୋଜେକ୍ଟ ଗୁଡ଼ିକ ସରିବ । ଆରଡବ୍ଲୁଏସ୍ଏସ୍ ଓ ଡିଡବ୍ଲୁଏସ୍ଏସ୍ ଦ୍ଵାରା ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳ ଓ ସରପଞ୍ଚଙ୍କୁ କ୍ଷମତା ଦିଆଯାଇଛି । ପାନୀୟ ଜଳ ନେଇ ଅଭିଯୋଗ ଆସିଲେ ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଉପକୂଳ ଅଞ୍ଚଳରେ ସାଲାଇନ୍ ପାଣି ଥିବାରୁ ୧୦ ବର୍ଷ ପରେ ମଧୁର ପାଣି ସରି ଯାଉଛି । ଏଥିପାଇଁ ଅଧିକ ଆଡ଼ି ବନ୍ଧ ନିର୍ମାଣ କରାଯିବ ।