Videos
|
Odisha

ଆସନ୍ତା ୫ ବର୍ଷରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆସନ୍ତା ୫ ବର୍ଷରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ

ଅର୍ଗସ ବ୍ୟୁରୋ:  ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ। ଦେଶକୁ ଅଧିକ ମାତ୍ରାରେ  ଏନସିସି କ୍ୟାଡେଟ ଯୋଗେଇବ ଓଡ଼ିଶା। ଏ ନେଇ ଉଚ୍ଚଶିକ୍ଷା ବିଭାଗ ସହ ଏନସିସି ସମନ୍ଵୟ ରକ୍ଷା କାର୍ଯ୍ୟ କରୁଛି। ରାଷ୍ଟ୍ରସେବା କ୍ଷେତ୍ରରେ ଏନସିସି କ୍ୟାଡେଟ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ବୋଲି କଟକରେ ୭୬ ତମ ଏନସିସି ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। କଟକ ଜବାହର ଲାଲ ଇଣ୍ଡୋର ଷ୍ଟାଡିୟମରେ ୭୬ ତମ ଏନସିସି ଦିବସ ପାଳନ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଏନସିସି କ୍ୟାଡେଟ ଓ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ବ୍ୟତୀତ ରାଜ୍ୟର ୨୨ ଟି ଏନସିସି ୟୁନିଟ କ୍ୟାଡେଟମାନେ ପ୍ୟାରେଡ କରିବା ସହ ଷ୍ଟଲ୍ ମାଧ୍ୟମରେ ନିଜ କୌଶଳ ପ୍ରଦର୍ଶନ କରିଥିଲେ। ଏହା ସହ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ ଏନସିସି କ୍ୟାଡେଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha to Create 1 Lakh NCC Cadets in 5 Years | Argus News