Videos
|
Odisha

ଦୈନନ୍ଦିନ ସରକାରୀ କାର୍ଯ୍ୟରେ AIର ଉପଯୋଗ କରିବେ ରାଜ୍ୟ ସରକାର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଦୈନନ୍ଦିନ ସରକାରୀ କାର୍ଯ୍ୟରେ AIର ଉପଯୋଗ କରିବେ ରାଜ୍ୟ ସରକାର

Key Points

ପ୍ରତିଦିନ ସରକାରୀ କାର୍ଯ୍ୟରେ AIର ପ୍ରଣୟନ କରାଗଲେ କାର୍ଯ୍ୟ ସୁଗମ ହେବା ସହିତ ତଥ୍ୟ ଆଧାରିତ ନୀତି ନିର୍ଣ୍ଣୟ ସୁଦୃଢ଼ ହେବ । ତେଣୁ ସମସ୍ତ ବିଭାଗ ଗୋଟିଏ ଲେଖାଏଁ AI ଉପକରଣ କିଣିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ଵର: କମିବ ସମୟ, ବଢ଼ିବ କାର୍ଯ୍ୟ ଦକ୍ଷତା । ସବୁ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବା ଲାଗି AIର ଉପଯୋଗ କରିବେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର ତଥା ସଚିବଙ୍କୁ ଚିଠି କରାଯାଇଛି ।


ପ୍ରଶାସନିକ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ଅଧିକ କୁଶଳୀ ହେବା ଲାଗି AI ଉପକରଣ କିଣିବାକୁ କୁହାଯାଇଛି । ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନିକ ଢାଞ୍ଚାରେ କୃତ୍ରିମ ବୁଦ୍ଧିମତ୍ତା ବା AIର ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।


ସମସ୍ତ ବିଭାଗ AI ଉପକରଣ କିଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଶାସନିକ କ୍ଷମତା ଦିଆଯାଇଛି । ଏହା ସହିତ କାର୍ଯ୍ୟାନ୍ଵୟନ ବେଳେ କେତେକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ମଧ୍ୟ କୁହାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରି ସବୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ।


ଚିଠି ରେ କୁହାଯାଇଛି ଯେ, ପ୍ରତିଦିନ ସରକାରୀ କାର୍ଯ୍ୟରେ AIର ପ୍ରଣୟନ କରାଗଲେ କାର୍ଯ୍ୟ ସୁଗମ ହେବା ସହିତ ତଥ୍ୟ ଆଧାରିତ ନୀତି ନିର୍ଣ୍ଣୟ ସୁଦୃଢ଼ ହେବ । ତେଣୁ ସମସ୍ତ ବିଭାଗ ଗୋଟିଏ ଲେଖାଏଁ AI ଉପକରଣ କିଣିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆହୁରି କୁହାଯାଇଛି, AI ବ୍ୟବହାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କର୍ମଚାରୀ ଏବଂ ଅଧିକାରୀଙ୍କର ଦକ୍ଷତା ବୃଦ୍ଧି କରିବା ସହିତ କାର୍ଯ୍ୟକୁ ତ୍ଵରାନ୍ଵିତ କରିବା । ତେବେ AI ଉପକରଣ ବ୍ୟବହାର ସମୟରେ କୌଣସି ଗୋପନୀୟ ତଥ୍ୟ ଯେପରି ବାହ୍ୟ ପ୍ଲାଟଫର୍ମରେ ଅପ୍‌ଲୋଡ୍ ନ ହେବ ସେଥିପ୍ରତି ଗୁରୁତ୍ଵ ଦେବାକୁ କୁହାଯାଇଛି ।

Odisha to Implement AI in All Govt Departments | Argus News | Argus News