Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

E-Kyc ନକରିଲେ ବି ଏଥର କଟିବନି ରାସନ କାର୍ଡ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
E-Kyc ନକରିଲେ ବି ଏଥର କଟିବନି ରାସନ କାର୍ଡ ?

Key Points

  • ଅଯୋଗ୍ୟଙ୍କୁ କାଟିବାକୁ ଇ-କେୱାଇସି
  • T' FOR TEAM WORKରେ ଚାଲିଥିଲା ଅଯୋଗ୍ୟ ହିତାଧିକାରୀ ଭର୍ତ୍ତି
  • ମୋହନ ସରକାରର ଛାଟରେ ସବୁ ଧରାପଡ଼ିବ

ରାଜ୍ୟରେ ଗଣ୍ଡାଗଣ୍ଡା ଅଯୋଗ୍ୟ ହିତାଧିକାରୀ । ଅର୍ଥାତ୍‌ ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁମାନେ ଭର୍ତ୍ତି ହେବାର କଥା ସେମାନେ ହୋଇନାହାନ୍ତି କିନ୍ତୁ ଯେଉଁମାନଙ୍କୁ ନମିଳିବାର କଥା ସେମାନେ କାର୍ଡ ହାତେଇଛନ୍ତି । ସେଇଥି ଲାଗି ତ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ଅଛନ୍ତି । ତେଣୁ ସେମାନଙ୍କୁ କେମିତି ରାସନ ମିଳିବ ସେନେଇ ନୂଆ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । 

ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଆଗକୁ ବି ଜାରି ରହିବ ଇ-କେୱାଇସି । ୫T ଶାସନରେ `T' FOR TEAM WORKରେ ଚାଲିଥିଲା ଅଯୋଗ୍ୟ ହିତାଧିକାରୀ ଭର୍ତ୍ତି । ହେଲେ ଏବେ ସେମାନଙ୍କୁ କେମିତି ଯୋଜନାରୁ ବାଦ ଦିଆଯିବ ସେନେଇ ପ୍ରକ୍ରିୟା ଚାଲିଛି । ସେପଟେ, ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ହିତାଧିକାରୀ ଏଥିପାଇଁ ଚିନ୍ତା ନକରିବା ଦରକାର ।  ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଆଗକୁ ବି ଜାରି ରହିବ ଇ-କେୱାଇସି । ଏଥିପାଇଁ ସବୁ ହିତାଧିକାରୀଙ୍କୁ ଦିଆଯିବ ନୋଟିସ୍ । ତେବେ ଏହି ପ୍ରକ୍ରିୟାରୁ ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ପଡ଼ିବେନି ବାଦ୍ । ତେଣୁ ଯୋଗ୍ୟ ହିତାଧିକାରୀ ଏନେଇ ଚିନ୍ତା କରିବାର ନାହିଁ । ଯଦି ପରିବାରର କୌଣସି ସଦସ୍ୟ ବାହାରେ ରହୁଛନ୍ତି ସେମାନେ ସୁବିଧାରେ ଆସିକି କେୱାଇସି କରି ପାରିବେ । ସମସ୍ତ କେୱାଇସି ଯାଞ୍ଚ ସରିବା ପରେ ହିଁ ଏହି ପ୍ରକ୍ରିୟା ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। 

ବିଜେଡି ସରକାର ଥିବା ବେଳେ କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ବାଃ ବାଃ ନେଉଥିଲା । ଖାଲି ବାଃ ବାଃ ନେଉଥିଲା ତାହା ନୁହେଁ ବରଂ ଭରପୁର ଫାଇଦା ଉଠାଉଥିଲା । ଏମିତିକି ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା କରି ଲକ୍ଷଲକ୍ଷ ଭୂତ ହିତାଧିକାରୀଙ୍କୁ ଯୋଡ଼ାଯାଇଥିଲା । ହେଲେ ବହୁ ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବଂଚିତ ହୋଇଥିଲା । ଏବେ ଅଯୋଗ୍ୟଙ୍କୁ ତାଲିକାରୁ କଟାଯିବା ନେଇ ମୋହନ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ କରିଛନ୍ତି ହିତାଧିକାରୀ ।  ପୂର୍ବରୁ ପ୍ରାୟ ୫୦ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ରାସନ ଆତ୍ମସାତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ଯୋଗାଣମନ୍ତ୍ରୀ। ଏଥିସହ  ଦୁର୍ଗମ ଅଞ୍ଚଳ ବିଶେଷ କରି ରାସ୍ତା ନ ଥିବା ଗାଁରେ କିପରି ସରକାରଙ୍କ ଦ୍ବାରା ଦିଆଯାଉଥିବା ମାଗଣା ରାସନ ପହଞ୍ଚିବ ସେନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ ମନ୍ତ୍ରୀ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
e-KYC | Argus News