Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଧାନମନ୍ତ୍ରୀ ଆବାସ ଲାଗି ୨୪ରୁ ସ୍ଵତନ୍ତ୍ର ପୋର୍ଟାଲ ଲଞ୍ଚ୍‌, ୨ ମାସ ଧରି ଚାଲିବ ସର୍ଭେ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପ୍ରଧାନମନ୍ତ୍ରୀ ଆବାସ ଲାଗି ୨୪ରୁ ସ୍ଵତନ୍ତ୍ର ପୋର୍ଟାଲ ଲଞ୍ଚ୍‌, ୨ ମାସ ଧରି ଚାଲିବ ସର୍ଭେ

Key Points

ପ୍ରଧାନମନ୍ତ୍ରୀ ଆବାସ ଲାଗି ଆରମ୍ଭ ହେବ ସର୍ଭେ

୨୪ ତାରିଖରୁ ଆବାସ ଲାଗି ସର୍ଭେ ଆରମ୍ଭ

ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ

ଦେଢ଼ରୁ ୨ ମାସ ଧରି ଚାଲିବ ଆବାସ ସର୍ଭେ

ଭୁବନେଶ୍ଵର: ଘରହୀନଙ୍କ ଲାଗି ବଡ଼ ଖବର । ପ୍ରଧାନମନ୍ତ୍ରୀ ଆବାସ ଲାଗି ଆରମ୍ଭ ହେବ ସର୍ଭେ । ଆସନ୍ତା ୨୪ ତାରିଖରୁ ଆବାସ ଲାଗି ସର୍ଭେ ଆରମ୍ଭ ହେବ । ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ସୂଚନା ଦେଇଛନ୍ତି ।


ଆସନ୍ତା ୨୪ ତାରିଖରେ ରାଜ୍ୟ ସରକାର ବିଧିବଦ୍ଧ ବାବେ ଆବାସ ପୋର୍ଟାଲର ଶୁଭାରମ୍ଭ କରିବେ । ଦେଢ଼ରୁ ୨ ମାସ ଧରି ଚାଲିବ ଆବାସ ସର୍ଭେ । ଏଥିପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଅନଲାଇନ୍ ସହ ଲୋକେ ପଞ୍ଚାୟତ ଗୁଡ଼ିକରେ ଅଫଲାଇନରେ ଆବେଦନ କରି ପାରିବେ । ଏଥିପାଇଁ ବିଭାଗ ପକ୍ଷରୁ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀ ସଭା ମାଧ୍ୟମରେ ସଚେତନ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ର ସରକାର ଆବାସ ସଂଖ୍ୟା ୨କୋଟିରୁ ୩ କୋଟିକୁ ବଢ଼ାଇଛନ୍ତି । ଫଳରେ ଓଡ଼ିଶାକୁ ଅଧିକ ଆବାସ ମିଳିବା ନେଇ ଆଶା ରହିଛି । କେନ୍ଦ୍ର ସରକାର ମଧ୍ୟ ନିୟମା ବଳୀକୁ କୋହଳ କରିଛନ୍ତି । ବାଇକ, ଫ୍ରିଜ୍ ଥିଲେ ମଧ୍ୟ ଆବାସ ଲାଗି ଆବେଦନ କରିପାରିବେ ।


ମନ୍ତ୍ରୀଙ୍କ ଅନୁସାରେ, ଆବାସରୁ କାହାକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ । ବାପଠୁ ପୁଅ ଭିନ୍ନ ହୋଇଥିଲେ ବି ଆବେଦନ କରି ପାରିବେ । ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବାସ ଲାଗି କରି ପାରିବେ ଆବେଦନ । ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ପୁଣି ଥରେ ନୂଆ ଆବେଦନ କରିବାକୁ ହେବ । ଦୁଇ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

Sponsored
Odisha To Launch Special Portal For Awas Survey | Argus News