Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଳୁ ନଆଣିଲେ ହଇରାଣ ହେବେ ଦିଦି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଳୁ ନଆଣିଲେ ହଇରାଣ ହେବେ ଦିଦି

Key Points

  • ଆଳୁ ନଆଣିଲେ ହଇରାଣ ହେବେ ଦିଦି
  • ଦୁଇତିନିରେ ଦିଦି କହିବେ ଆମ ଆଳୁ ନିଅ

ଅର୍ଗସ ବ୍ୟୁରୋ : ଏବେ ପଶ୍ଚିମବଙ୍ଗ ନୁହେଁ ବରଂ ୟୁପିରୁ ଆସିବ ଆଳୁ । ସପ୍ତାହେରୁ ଅଧିକ ସମୟ ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ହଇରାଣ କରିବା ପରେ ଏବେ ପଡୋଶୀ ପଶ୍ଚିମବଙ୍ଗ ନୁହେଁ ବରଂ ୟୁପିରୁ ଆଳୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ହେଲେ ଏହାଦ୍ଵାରା ପଶ୍ଚିମବଙ୍ଗ ସରକାର ହିଁ କ୍ଷତିରେ ପଡିବେ ଏବଂ ଓଡ଼ିଶାକୁ ୨୦୦ ଟଙ୍କା କମରେ ଆଳୁ ଦେବେ ବୋଲି କହିଛନ୍ତି ବ୍ୟବସାୟ ମହାସଂଘର ମହାସଚିବ ସୁଧାକର ପଣ୍ଡା । ସୁଧାକରଙ୍କ ଏମିତି ବିସ୍ଫୋରକ ବୟାନ ପରେ ଏବେ ପୁରା ରାଜ୍ୟରେ ଜୋର ଧରିଲାଣି ଚର୍ଚ୍ଚା ।

ଏଣିକି ରାଜ୍ୟରେ ଆଉ ରହିବନି ଆଳୁ ସମସ୍ୟା । ବଙ୍ଗ ଆଳୁ ରପ୍ତାନୀ ଉପରେ ରୋକ ଲଗାଇବା ପରେ ୟୁପିରୁ ଆସୁଛି ଆଳୁ । ପଡୋଶୀରୁ ଆଳୁ ଆସିଲେ କ୍ଵିଣ୍ଟାଲ ପିଛା ୨୬ ଶହ  ୫୦ ଟଙ୍କା ପଡୁଥିବା ବେଳେ ଏବେ ପଡୁଛି ୨୭ ଶହ ଟଙ୍କା । ମାତ୍ର ୫୦ ଟଙ୍କା ପାଇଁ ସ୍ଵାଭିମାନକୁ ବନ୍ଧା ପକାଇ ହେବନି ବୋଲି କହିଛନ୍ତି ବ୍ୟବସାୟୀ । ବ୍ୟବସାୟୀଙ୍କ ଏମିତି ବୟାନ ପରେ ଗୋଟିଏ କଥା ସ୍ପଷ୍ଟ ଓଡ଼ିଶାରେ ନାହିଁ ଏବେ ଆଳୁ ସଂକଟ ।

ବର୍ଷବର୍ଷ ଧରି ବଙ୍ଗରୁ ଓଡ଼ିଶାକୁ ଆସେ ଆଳୁ । ହେଲେ ପ୍ରତିବର୍ଷ ମମତା ସରକାର ଜାଣିଶୁଣି ଆଳୁ ଗାଡିକୁ ସୀମାରେ ଅଟକାନ୍ତି । ରାଜ୍ୟରେ ଆଳୁ ସମସ୍ୟା ଦେଖାଦିଏ । ୨୪ ବର୍ଷ ନବୀନ ବାବୁ ସରକାରରେ ରହିବା ପରେ ଶୀତଳଭଣ୍ଡାର କରିବା ଦିଗରେ କୌଣସି ପଦକ୍ଷେପ ନେଲେନି,ଯେଉଁଥି ଲାଗି ରାଜ୍ୟବାସୀ ହଇରାଣ ହେଉଛନ୍ତି । ହେଲେ ଏବେ ମୋହନ ସରକାର ଆସିବା ପରେ ଆଳୁ ଅଭାବ ହେଲା, ଏହା ପରେ ୟୁପିରୁ ଆଣିବାକୁ ଯୋଜନା କରାଗଲା । ତେବେ ମୁଖ୍ୟମନ୍ତ୍ରୀ ନୀତିଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । କିନ୍ତୁ ସମାଧାନ ହେଲାନାହିଁ । ତେଣୁ ବଙ୍ଗରୁ ଆଳୁ ନଆଣି ୟୁପିରୁ ଆଣିବାକୁ ନିଷ୍ପତ୍ତି ନିଆଗଲା । ଯାହା ଏବେ ରାଜ୍ୟରେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mamata Banarjee | Argus News