Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର, ବନ୍ଦ ସ୍କୁଲ୍ ଖୋଲିବାକୁ ଚାଲିଛି ବିଚାର

Odisha

ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର, ବନ୍ଦ ସ୍କୁଲ୍ ଖୋଲିବାକୁ ଚାଲିଛି ବିଚାର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର, ବନ୍ଦ ସ୍କୁଲ୍ ଖୋଲିବାକୁ ଚାଲିଛି ବିଚାର

ଭୁବନେଶ୍ଵର: ଦୀର୍ଘ ଦିନର ଅଚଳାବସ୍ଥା ପରେ ସ୍ଵାଭାବିକ ହୋଇଛି ବିଧାନସଭା । ଆଜି ପ୍ରଶ୍ନକାଳରେ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପର୍କିତ ଆଲୋଚନା ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ମିଶ୍ରଣ ପରେ ବନ୍ଦ ହୋଇ ଯାଇଥିବା ବିଦ୍ୟାଳୟ ପୁଣି ଖୋଲିପାରେ ।


ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥିବା ୫ ହଜାର ୬୩୨ଟି ସ୍କୁଲକୁ ପୂର୍ବ ବିଜେଡି ସରକାର ମିଶ୍ରଣ କରିଥିଲେ । ୧୦୦ ମିଟର ବ୍ୟବଧାନରେରେ ଥିବା ୨୧୫୨ଟି ସାଟେଲାଇଟ ସ୍କୁଲକୁ ବି ମିଶ୍ରଣ କରାଯାଇଛି । ସେ କହିଛନ୍ତି, ସଂରକ୍ଷିତ ଅଞ୍ଚଳରେ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ ସ୍କୁଲ ଖୋଲିବାକୁ ବିଚାର କରାଯିବ ।


ବନ୍ଦ ଥିବା ସ୍କୁଲ୍‌କୁ ପୁନଃ ଖୋଲିବାକୁ ପ୍ରସ୍ତାବ ଆସିଲେ, ଜିଲ୍ଲାସ୍ତରୀୟ ଯାଞ୍ଚ ପ୍ରଥମେ ହୁଏ । ଏହା ପରେ ରାଜ୍ୟସ୍ତରୀୟ କମିଟିକୁ ପଠାଯାଏ । ରାଜ୍ୟସ୍ତରୀୟ କମିଟିର ସୁପାରିସ୍ ଅନୁସାରେ, ବନ୍ଦ ସ୍କୁଲ୍‌କୁ ଖୋଲାଯିବାର ବ୍ୟବସ୍ଥା ରହିଛି । ତେବେ ପୂର୍ବ ସରକାର ଠିକ୍ ଭାବେ ବିଚାର ନ କରି ତରବରିଆ ଭାବେ ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟରେ ବିଜେପି ସରକାର ଆସିବା ପରେ ନିଯୁକ୍ତି ପାଇଛନ୍ତି ୧୮ ହଜାରରୁ ଅଧିକ ଶିକ୍ଷକ । ଆଗକୁ ଖୁବ୍‌ଶୀଘ୍ର ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତ ହେବେ । ସେପଟେ ପିଅନ ଓ କିରାଣିର ବି ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଛନ୍ତି, ଆମ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଉଛି, ଆମ ବିଭାଗରେ ସବୁଠୁ ଅଧିକ ନିଯୁକ୍ତି ଦିଆ ଯାଉଛି ।


Sponsored
Odisha To reopen Closed School Says Minister | Argus News