TPBACO BANN / ଗୁଟ୍ଖା ନିଷିଦ୍ଧ ପରେ ତମାଖୁ ଓ ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା
·5 months ago·2 min read

Key Points
ରାଜ୍ୟରେ ନିଷିଦ୍ଧ ହେଲା ତମାଖୁ, ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ
ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ହେଲା ନିଷିଦ୍ଧ

ରାଜ୍ୟରେ ନିଷିଦ୍ଧ ହେଲା ତମାଖୁ, ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ। ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି।
୨୦୧୩ ମସିହାରେ ରାଜ୍ୟରେ ଗୁଟ୍ଟ୍କା ନିଷିଦ୍ଧ ଘୋଷଣା ପରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତମାଖୁ ଓ ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି। ଏହାର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବିତରଣ ଓ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ ଘୋଷଣା କରାଯାଇଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ । ଏହାସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ। ବିଶ୍ବ ବୟସ୍କ ତମାଖୁ ସର୍ବେକ୍ଷଣର ଦ୍ବିତୀୟ ରାଉଣ୍ଡରେ ଓଡ଼ିଶାର ୪୨% ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ | ସେହିପରି ଖାଦ୍ୟ ସୁରକ୍ଷା ଓ ମାନକ (ନିଷିଦ୍ଧ ଓ ବିକ୍ରି କଟକଣା) ନିୟନ୍ତ୍ରଣ, ୨୦୧୧ ଆଇନରେ ତମାଖୁ ଓ ନିକୋଟିନ୍ଯୁକ୍ତ ଉତ୍ପାଦର ବ୍ୟବହାର ଉପରେ କଟକଣା ଲଗାଯାଇଛି।
୨୦୧୩ ମସିହାରେ ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ ଉତ୍ପାଦ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ କରିଥିଲେ | ମାତ୍ର ପରବର୍ତ୍ତୀ ସମୟରେ ଗୁଟ୍ଖା କମ୍ପାନିମାନେ ଗୋଟିଏ ପ୍ୟାକେଟ୍ରେ ତମାଖୁ ଓ ଅନ୍ୟ ପ୍ୟାକେଟ୍ରେ ଚୋବାଇବା ଉତ୍ପାଦ ବିକ୍ରି କରୁଥିବା ନଜରକୁ ଆସିଥିଲା । ଯାହାଫଳରେ ଲୋକମାନେ ଏହି ଦୁଇ ଉତ୍ପାଦକୁ ମିଶାଇ ପୂର୍ବଭଳି ଖାଇଥିଲେ। ଏଭଳି ତମାଖୁ ଓ ନିକୋଟିନ୍ଯୁକ୍ତ ଅନେକ ଉତ୍ପାଦ ବିଭିନ୍ନ ନାଁରେ ବଜାରରେ ଉପଲବ୍ଧ ହେଉଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ସବୁ ରାଜ୍ୟମାନଙ୍କୁ ଏହା ଉପରେ ମତ ରଖିବାକୁ ଆହ୍ବାନ କରିଥିଲେ । ସୁପିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତମାଖୁ ଓ ନିକୋଟିନ୍ଯୁକ୍ତ ଉତ୍ପାଦ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ଚୋବାଇ ହେଉଥିବା କିମ୍ବା ଅନ୍ୟ ସୁଗନ୍ଧିତ ତମାଖୁ ଉତ୍ପାଦର ବିକ୍ରିକୁ ନିଷିଦ୍ଧ କରାଯାଇଛି। ସେହିପରି ପ୍ୟାକେଟ୍ କିମ୍ବା ବିନା ପ୍ୟାକେଟ୍ରେ ବିକ୍ରି ହେଉଥିବା ଉତ୍ପାଦ କିମ୍ବା ସହଜରେ ଅନ୍ୟ ଉତ୍ପାଦ ସହ ସହଜରେ ମିଶି ପାରୁଥିବା ଉତ୍ପାଦର ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories