Train Accident / ରେଳଧାରଣାରେ ଗଜରାଜଙ୍କ ମୃତ୍ୟୁ…ଟ୍ରେନ୍ ଧକ୍କାରେ ଦନ୍ତା ମୃତ, କରଞ୍ଜିଆରେ ହାତୀ ଛୁଆ ମୃତ
·25 mins ago·2 min read

Key Points
ସକାଳୁ ସକାଳୁ ବଡ଼ ଅଘଟଣ
ଗୋଟିଏ ଦିନରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି
ଗୋଟିଏ ଦିନରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି
ସକାଳୁ ସକାଳୁ ବଡ଼ ଅଘଟଣ। ଗୋଟିଏ ଦିନରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ଟ୍ରେନ୍ ଧକ୍କାରେ ଏକ ଦନ୍ତାର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଶାବକର ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ବୃନ୍ଦାବାଡି ଗାଁ ନିକଟରେ ଟ୍ରେନ୍ ଇଞ୍ଜିନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିଥିବା ଟ୍ରେନ୍ ଲାଇନରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଚାଟିକଣା–ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡି ନିକଟରେ ରେଳଧାରଣା ପାର ହେଉଥିଲା । ଏହି ସମୟରେ ହାତୀଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ସଂପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସେପଟେ ବନ ବିଭାଗର ତଥ୍ୟ ଅନୁସାରେ, ମୃତ ହାତୀଟି ଗତ କିଛିଦିନ ଧରି କଲ୍ୟାଣସିଂହପୁର ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଥିଲା। ବୁଧବାର ରାତିରେ ହଠାତ୍ ଏହା ମୁନିଗୁଡ଼ା ରେଞ୍ଜ ଅଞ୍ଚଳକୁ ଆସି ରେଳଲାଇନ୍ ପାର ହେଉଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି କେତେ ଥିଲା, ସେନେଇ ପ୍ରାଥମିକ ତଦନ୍ତ ଚାଲିଛି। ଏବେ ବି ଚାରିଟି କିଆ ହାତୀପୋଲ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅଞ୍ଚଳବାସୀ କହିଛନ୍ତି ସେଥି ନିମନ୍ତେ ଅଞ୍ଚଳରେ ଟ୍ରେନ୍ ଚଳାଚଳ କୁ ସ୍ଥିର କରିବାକୁ କୁହାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଥିବା ବେଳେ ସମ୍ବଲପୁରରୁ ଏକ ସ୍ବତନ୍ତ୍ର ଟିମ୍ ପହଞ୍ଚିଲା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଜଣାପଡ଼ିଛି। ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ହାତୀର ବ୍ୟବଚ୍ଛେଦ କରାଯିବା ପରେ ନିୟମାନୁସାରେ ମୃତଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଶାବକର ମୃତ୍ୟୁ ହୋଇଛି। କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ହାତୀମୁଣ୍ଡି କାଜୁ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି। ଶିମିଳିପାଳରୁ ଚାଲି ଆସିଥିବା ହାତୀ ପଲ ମଧ୍ୟରେ ଥିଲା ଏହି ହାତୀ ଛୁଆ ଥିଲା। ତେବେ କେମିତି ହେଲା ହାତୀ ଛୁଆର ମୃତ୍ୟୁ ତାର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛି।
Related Topics
Explore more stories