ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
·2 years ago·1 min read

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେହିପରି ବ୍ରଜରଜନଗର, ବଣାଇ, ଅତାବିରା, ଜଟଣୀରେ ଜନସଭାକୁ ସମ୍ବାଧିତ କରିବେ ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବେ ।
ସେହିପରି ୧୭ରେ କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି , ଲୋଇସିଂହା, ସତ୍ୟବାଦୀ ଓ ପିପିଲିରେ ବିଜେପି ପାଇଁ ହେମନ୍ତ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଷ୍ଣୁ ଦେବ ସାଏ ସୁନ୍ଦରଗଡ, ରାଜଙ୍ଗାଗପୁର, ବୀରମିତ୍ରପୁରରେ ପ୍ରଚାର କରିବେ।
୧୭ରେ ବିଜେପି ସାଂସଦ ତଥା ବଲିଉଡର ଡ୍ରିମଗାର୍ଲ ହେମା ମାଲିନୀ ମଧ୍ୟ ଭୁବନେଶ୍ୱର ଉତ୍ତର, କଟକ କିଶନ ନଗରରେ ସଭା କରିବା ସହ ପିପିଲିରେ ରୋଡ଼ ଶୋ' କରିବେ । 20ରେ ଆସିବେ ପ୍ରଧାନମନ୍ତ୍ରୀ । ପୁରୀରେ ରୋଡ଼ ସୋ' ସାଙ୍ଗକୁ 3ଟି ସ୍ଥାନରେ କରିବେ ବିଶାଳ ଜନସଭା।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: