Videos
|
Odisha

ସଂଶୋଧିତ ହେବ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦

Smruti Parija
Browse all articles by Smruti Parija
·2 years ago·2 min read
ସଂଶୋଧିତ ହେବ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦

Key Points

() ପୁଣି ଫେରିବ ବିଶ୍ବବିଦ୍ୟାଳୟ ସ୍ବୟତତ୍ତା
() ସଂଶୋଧିତ ହେବ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦
() ବିଧାନସଭାରେ ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ
() ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 
() ୟୁଜିସି ଗାଇଡଲାଇନ୍ ବିରୋଧରେ ପୂର୍ବ ବିଜେଡ଼ି ସରକାର ଆଣିଥିଲେ ବଡ଼ ଆଇନ୍
() ରିକ୍ର୍ୟୁମେଣ୍ଟ, ଆଡମିସନ୍ ଉପରେ ସରକାର ଆଧିପତ୍ୟ ଆଣି ବିଶ୍ବବିଦ୍ୟାଳୟକୁ ନେଇଥିଲେ ନିଜ ନିୟନ୍ତ୍ରଣକୁ

ଅର୍ଗସ ବ୍ୟୁରୋ: ସୁରକ୍ଷିତ ହେବ ବିଶ୍ଵବିଦ୍ୟାଳୟ ଗୁଡ଼ିକର ସ୍ୱାୟତତ୍ତା । ଖୁବଶୀଘ୍ର ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ -2020ରେ ସଂଶୋଧନ କରିବେ ମୋହନ ସରକାର । ବିଧାନସଭାରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଫେରିବ ଶିକ୍ଷାବିତ ମାନଙ୍କର ଆତ୍ମବିଶ୍ବାସ । ରାଜ୍ୟରେ ବଢ଼ିବ ଉଚ୍ଚ ଶିକ୍ଷାର ମାନ । ଖୁବଶୀଘ୍ର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହେବେ । ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । 

ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟ ଆଇନ 2020 ସଂଶୋଧନ କରାଯାଇ OPSC ଦ୍ୱାରା ନିଯୁକ୍ତି ଦିଆଯାଉଛି । ଯାହା ଦ୍ୱାରା ୟୁଜିସି ଗାଇଡ଼ଲାଇନ ପରିପନ୍ଥୀ ଥିଲା । ୟୁଜିସି ଗାଇଡ଼ଲାଇନ ଅନୁସାରେ ବିଶ୍ଵବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ଦେବା କଥା । କିଭଳି ଭାବେ ବିଶ୍ଵବିଦ୍ୟାଳୟ ଦ୍ୱାରା ଅଧ୍ୟାପକ ନିଯୁକ୍ତି ଦିଆଯିବ, ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। 

ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗତ ଅଗଷ୍ଟ 13ରେ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ପ୍ରଣୟନ କରିଥିଲେ । ଯାହା ମୂଳ ଆଇନ ୧୯୮୯ରେ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା । ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତତ୍ତା ମଧ୍ୟ କ୍ଷୁଣ୍ଣ କରୁଥିଲା । ସଂଶୋଧିତ ଆଇନ ୟୁଜିସି ଦ୍ବାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା । 

ଏହା ବିଶ୍ବବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଛି । ସଂଶୋଧିତ ଆଇନ ଅନୁଯାୟୀ ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା ସିଣ୍ଡିକେଟ୍ ଗଠନରେ କୁଳାଧିପତି ଓ ସରକାରୀ ଅଧିକାରୀଙ୍କ ବହୁ ସଂଖ୍ୟକ ମନୋନୀତ ସଦସ୍ୟଙ୍କୁ ସାମିଲ କରାଯିବା ଶିକ୍ଷାବିତ୍ ମହଲରେ ଉଦବେଗ ସୃଷ୍ଟି କରିଛି । ପୂର୍ବ ସରକାର କରିଥିବା ସଂଶୋଧନର ପରିବର୍ତ୍ତନ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ଓ ଶିକ୍ଷାବିତ ଶିକ୍ଷାବିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୟୁଜିସିର ନିୟମାବଳି ବ୍ୟାପକ ବିଚାରବିମର୍ଶ ଆଲୋଚନା ପରେ ପ୍ରସ୍ତୁତ କରାଯାଏ । ଶିକ୍ଷାନୁଷ୍ଠାନର ସ୍ୱାୟତତ୍ତାକୁ ସମ୍ମାନ ଦେଇ ଶୈକ୍ଷିକ ମାନରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ । ଯଦି କୌଣସି ଆଇନଗତ ଢାଞ୍ଚା ଯାହା ଏହି ନିୟମାବଳିକୁ ଅଣଦେଖା କରେ, ତାହା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ପରିର୍ତ୍ତନନ ଆଣିବା ସହ ଶିକ୍ଷାର ଗୁଣାତ୍ମକ ମାନ ଏବଂ ଶିକ୍ଷାବିତଙ୍କ ସମ୍ମାନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । 
 

Odisha Universities (Amendment) Act 2020 to be amended | Argus News