Videos
|
Odisha

Vigilance Raid / ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍

Rashmita Mishra
Browse all articles by Rashmita Mishra
·52 mins ago·1 min read
ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍
Vigilance Raid

Key Points

ଭିଜିଲାନ୍ସ ଜାଲରେ ବଡ଼ଚଣା ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍
ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ ! ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ
କଟକରୁ ପୁରୀ, ଭୁବନେଶ୍ୱରରୁ ଯାଜପୁର; ଭିଜିଲାନ୍ସ ସ୍କାନରରେ ଯନ୍ତ୍ରୀ ତପନ ସେଠୀ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ... ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଆର୍ ଆଣ୍ଡ ବି ଉପ-ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକ କାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି । ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍.ପି, ୬ ଜଣ ଡି.ଏସ୍.ପି., ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ଏକା ସାଙ୍ଗରେ ୭ଟି ସ୍ଥାନରେ ରେଡ୍ କରିଛନ୍ତି I

କଟକ ସିଡିଏ ସେକ୍ଟର-୭ ସ୍ଥିତ ତିନି ମହଲା ବିଶିଷ୍ଟ କୋଠା, ପୁରୀ ସିଦ୍ଧମହାବୀର ଠାରେ ଥିବା ତିନି ମହଲା ବିଶିଷ୍ଟ କୋଠା, କଟକ ଜିଲ୍ଲା କଣ୍ଟାପଡ଼ା ଠାରେ ଥିବା ଫାର୍ମ ହାଉସ୍, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆ ଠାରେ ଥିବା ଦୁଇ ମହଲା ବିଶିଷ୍ଟ ଘର । କଟକ ୪୨ ମୌଜା ଅନ୍ତର୍ଗତ ବାଣ୍ଟୁନିଆ ଠାରେ ଥିବା ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର କଣ୍ଟାବଡ଼ା ଠାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଆର୍ ଆଣ୍ଡ ବି ଉପ-ବିଭାଗ କାର୍ଯ୍ୟାଳୟରେ ଥିବା କାର୍ଯ୍ୟାଳୟ ବି ଚଢ଼ାଉ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: