Videos
|
Odisha

୨୪ ଘଣ୍ଟାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଆଶଙ୍କାରେ ଗ୍ରାମବାସୀ, ଘରକୁ ଘର ବୁଲି ସ୍ଵାସ୍ଥ୍ୟ ଯାଞ୍ଚ କଲା ଡାକ୍ତରୀ ଦଳ

Sushanta Sahoo
Browse all articles by Sushanta Sahoo
·1 year ago·2 min read
୨୪ ଘଣ୍ଟାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଆଶଙ୍କାରେ ଗ୍ରାମବାସୀ, ଘରକୁ ଘର ବୁଲି ସ୍ଵାସ୍ଥ୍ୟ ଯାଞ୍ଚ କଲା ଡାକ୍ତରୀ ଦଳ

Key Points

ମାତ୍ର ୨୪ ଘଣ୍ଟା ଭିତରେ ଗାଁର ୨ ଜଣଙ୍କ ମୃତ୍ୟୁ ପରେ ଗାଁରେ ପହଞ୍ଚିଛି ଡାକ୍ତରୀ ଦଳ । ଘଷିଏନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ଗାଁରେ ଘରକୁ ଘର ବୁଲି ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଛନ୍ତି ।

ପାଟଣାଗଡ଼: ଜ୍ଵର ଓ ଝାଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ । ୨୪ ଘଣ୍ଟା ଭିତରେ ଗାଁରେ ୨ ଜଣଙ୍କ ମୃତ୍ୟୁକୁ ନେଇ ସମସ୍ତେ ଆଶଙ୍କା ଭିତରେ । ଜ୍ଵର ଓ ଝାଡ଼ାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଲୋକେ କହୁଥିବା ବେଳେ ଡାକ୍ତରୀ ଟିମ୍ କହୁଛି ଅନ୍ୟ କାରଣରୁ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ପରେ ପାଟଣାଗଡ଼ ବ୍ଲକ କେରବେଡ଼ା ଗାଁରେ ଖେଳି ଯାଇଛି ଆତଙ୍କ ।


ମାତ୍ର ୨୪ ଘଣ୍ଟା ଭିତରେ ଗାଁର ୨ ଜଣଙ୍କ ମୃତ୍ୟୁ ପରେ ଗାଁରେ ପହଞ୍ଚିଛି ଡାକ୍ତରୀ ଦଳ । ଘଷିଏନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ଗାଁରେ ଘରକୁ ଘର ବୁଲି ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଛନ୍ତି । ଲୋକଙ୍କୁ ଔଷଧ ସହ ଓଆରଏସ୍ ଦେବା ସହ ସଚେତନ କରିଛନ୍ତି ଡାକ୍ତରୀ ଦଳ । ସେପଟେ ପ୍ରଶାସନ ପକ୍ଷରୁ ଗାଁରେ ପାନୀୟ ଜଳ ନମୁନା ମଧ୍ୟ ସଂଗ୍ରହ କରାଯାଇଛି ।


ଏବେ ଗାଁରେ ଜ୍ଵର ଓ ଝାଡ଼ାରେ କେହି ଆକ୍ରାନ୍ତ ନଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଗୁରୁବାର ଗାଁର ଦୁଇଜଣଙ୍କର ମୃତ୍ୟୁ କେମିତି ହେଲା ? ଡାକ୍ତରଙ୍କ କହିବା ଅନୁସାରେ, ଝାଡ଼ାବାନ୍ତିରେ କାହାରି ମୃତ୍ୟୁ ହୋଇନାହିଁ । ତେବେ କେଉଁ କାରଣରୁ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନି ।


ଜଣଙ୍କର ମୃତ୍ୟୁ ବଲାଙ୍ଗିର ହସ୍ପିଟାଲରେ ହୋଇଥିବା ବେଳେ ଅନ୍ୟ ଜଣେ ଅସୁସ୍ଥ ଘରେ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଝାଡ଼ାରେ ଆକ୍ରାନ୍ତ ଜଣଙ୍କ ମେଡିକାଲରେ ମୃତ୍ୟୁବରଣ କରିଥିବା କହିଛନ୍ତି ଗ୍ରାମବାସୀ । ତେବେ ଗୋଟିଏ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: