Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଧ୍ର କବଳରୁ ଫେରିବ ଓଡ଼ିଶାର ଗାଁ ! କୁଲାଡ଼ି-ବାଝୁଆ ସାହି-ଗୁଡ଼ିଖଳାକୁ କବ୍‌ଜା କରିଛି ପଡ଼ୋଶୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆନ୍ଧ୍ର କବଳରୁ ଫେରିବ ଓଡ଼ିଶାର ଗାଁ ! କୁଲାଡ଼ି-ବାଝୁଆ ସାହି-ଗୁଡ଼ିଖଳାକୁ କବ୍‌ଜା କରିଛି ପଡ଼ୋଶୀ

ଗଞ୍ଜାମ ଗଜପତି ଆନ୍ଧ୍ର ସୀମାନ୍ତରେ ଥିବା ଗ୍ରାମଗୁଡ଼ିକରେ ଆଧିପତ୍ୟ ଜାହିର କରୁଥିଲା ଆନ୍ଧ୍ର । ସୀମାନ୍ତରେ ଥିବା ଗ୍ରାମବାସୀଙ୍କୁ ଅବହେଳା କରିଥିଲା ୨୪ବର୍ଷର ପୂର୍ବ ସରକାର। ଯାହାର ଫାଇଦା ନେଇଥିଲା ପଡୋଶୀ ଆନ୍ଧ୍ର। ଗଞ୍ଜାମର ୩ଟି ଗାଁକୁ ନିଜ ଅକ୍ତିଆରକୁ ନେଇଥିଲା । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସୀମାନ୍ତରେ ତ୍ବରାନ୍ବୀତ ହେଉଛି ବିକାଶ ।

ଆନ୍ଧ୍ର ମୁହଁରୁ ସୀମାନ୍ତବାସୀଙ୍କୁ ମୁକୁଳାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେପି ସରକାର । ଏଣିକି ସୀମାନ୍ତବାସୀ ଆଉ ନିର୍ଭର କରିବେନି ଆନ୍ଧ୍ର ଉପରେ । ନୂଆ ସରକାରର ୧୦ ମାସ ଭିତରେ ସୀମାନ୍ତ ଦେଖୁଛି ଆଖି ଦୃଶିଆ ବିକାଶ। ଓଡିଶା ପଟୁ ଗାଁକୁ ଗାଁ ଯୋଡି ହେବାକୁ ସଡ଼କ, ବ୍ରିଜ ନିର୍ମାଣ ଚାଲିଛି । ଓଡ଼ିଶାର ଏହି ଗାଁ ଗୁଡିକ ଉପରେ ଆଧିପତ୍ୟ ଜାହିର କରୁଥିଲା ଆନ୍ଧ୍ର । କାରଣ ୨୪ ବର୍ଷର ବିଜେଡି ସରକାର ଏମାନଙ୍କୁ ଅବହେଳା କରିଥିଲା ।

ଗଞ୍ଜାମ ଗଜପତି ଆନ୍ଧ୍ର ସୀମାନ୍ତରେ ଥିବା କୁଲାଡି, ବାଝୁଆ ସାହି, ଗୁଡିଖଳା ଏହି ତିନୋଟି ଗ୍ରାମକୁ ନିଜ ଅକ୍ତିଆରକୁ ନେଇଥିଲା ଆନ୍ଧ୍ର । ରାସ୍ତାଘାଟ, ପାନୀୟ ଜଳ ଏବଂ ଆବାସ ଯୋଗାଇଥିଲା । ବଡ଼ ବଡ଼ ପିଇବା ପାଣି ଟାଙ୍କି ଦେଇଥିଲା । ଏପରିକି ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଦେଉଥିଲା । ପୂର୍ବ ସରକାର କଥା ବୁଝୁନଥିବାରୁ ଏପରି ସ୍ଥିତି ଉପୁଜିଥିଲା । ଏବେ ବିଜେପି ସରକାରରେ ସ୍ଥିତି ବଦଳିଛି ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ନିର୍ମାଣ ଚାଲିଛି ରାସ୍ତାଘାଟ । ନଦୀ ଉପରେ ତିଆରି ଚାଲିଛି ପୋଲ । ତ୍ୱରିତ ବେଗରେ ଆଗେଇ ଚାଲିଛି ବିକାଶ କାର୍ଯ୍ୟ। କଳିଙ୍ଗଦଳା ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ମହେନ୍ଦ୍ର ତନେୟା ନଦୀ ଉପରେ ସେତୁ ନିର୍ମାଣ ଚାଲିଛି । କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ପାହାଡ଼ କାଟି ଗୁଡ଼ିଖଳାଠାରୁ ବିଲୁଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ପକ୍କା ରାସ୍ତା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ଗ୍ରାମବାସୀ । ଆନ୍ଧ୍ର ପରି ଓଡିଶା ସରକାର ସମସ୍ତ ମୌଳିକ ସୁବିଧା ଯୋଗାଇ ଦେଲେ ଆଉ ଆନ୍ଧ୍ର ଉପରେ ନିର୍ଭର କରିବୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଏବେ ସୀମାନ୍ତ ଗାଁ ଗୁଡିକର ଲୋକେ ଅପେକ୍ଷା କରିଛନ୍ତି ମୋହନ ସରକାରଙ୍କ ବିକାଶର ଧାରା ଆଘକୁ କିପରି ତ୍ୱରାନ୍ୱିତ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha village to return from Andhra Pradesh! Neighbors seize Kuladhi-Bazhhua Sahi-Gudikhala | Argus News