Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Marine Police / ମଝି ସମୁଦ୍ରରେ ଚାଲିଛି ଫାଇଟିଂ ସିନ୍‌ ! ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ମଝି ସମୁଦ୍ରରେ ଚାଲିଛି ଫାଇଟିଂ ସିନ୍‌ ! ଦେଖନ୍ତୁ ଭିଡିଓ...

Key Points

ତଟ ସୁରକ୍ଷା ସ୍ଥିତିର ସମୀକ୍ଷା ।
ବଳ ଦେଖାଇଲା ମେରାଇନ ପୋଲିସ ।

କେମିତି ରହିଛି ଓଡିଶା ତଟ ସୁରକ୍ଷା ବ୍ୟବସ୍ଥା ? ମଝି ସମୁଦ୍ର ଭିତରେ କିଭଳି ମେରାଇନ ପୋଲିସ ମାରୁଛି ପଇଁତରା ? ଅନୁପ୍ରବେଶ ରୋକିବା ଦିଗରେ କଣ ନିଆଯାଇଛି ପଦକ୍ଷେପ ? ଜଳପଥରେ ଓଡିଶା ପାଇଁ ରହିଛି କି ବିପଦ ? ଅପରେସନ ସିନ୍ଦୂର ପରେ ଫୋକସରେ ରହିଛି ତଟ ସୁରକ୍ଷା ।

ରାଜ୍ୟରେ ସମୁଦ୍ର ତଟବର୍ତ୍ତୀରେ ସୁରକ୍ଷା ନେଇ ଓଡିଶା ମେରାଇନ ପୋଲିସ ପକ୍ଷରୁ ଚାଲିଛି ସ୍ୱତନ୍ତ୍ର ଡ୍ରାଇଭ । ବାଂଲାଦେଶୀ, ପାକିସ୍ଥାନ ଅନୁପ୍ରବେଶକାରୀଙ୍କୁ ରୋକିବା, ବେଆଇନ ଟ୍ରଲର ଚାଳନା, ବେଆଇନ୍ ଅସ୍ତ୍ରଶସ୍ତ୍ର ଚାଲାଣ, ନିଶା କାରବାର ରୋକିବା କ୍ଷେତ୍ରରେ ତଟ ସୁରକ୍ଷା ବାହିନୀ ସମୁଦ୍ର ଭିତରେ ଯାଞ୍ଚ କରୁଛି ।

ସେହିଭଳି ବିନା ଅନୁମତିରେ ଆସୁଥିବା ଜାହାଜ ଉପରେ ରହିଛି ନଜର । କୋଷ୍ଟ ଗାର୍ଡ, ଭାରତୀୟ ନୌସେନା ସହ ସମନ୍ଵୟ ରକ୍ଷା କରି ଅପରେସନ ଜାରି ରଖିଛି । ସମୁଦ୍ର ଭିତରେ ପାଟ୍ରୋଲିଂ କରୁଛି ମେରାଇନ ପୋଲିସ । ପାଟ୍ରୋଲିଂ ବେଳେ ଡ୍ରୋନ ସହାୟତା ବି ନେଉଛି ପୋଲିସ । ଅତ୍ୟାଧୁନିକ ଶକ୍ତିଶାଳୀ ଏହି ଡ୍ରୋନ, ସମୁଦ୍ରରେ ଏହା ୫ ମିନିଟରେ ୧୫ କିଲୋମିଟର ପର୍ଯ୍ୟନ୍ତ ଭିଡିଓ ପଠାଉଛି କମାଣ୍ଡ କଣ୍ଟ୍ରୋଲ ରୁମକୁ ।

ପୋଲିସ ସୂଚନା ଅନୁସାରେ, ଓଡ଼ିଶାରେ ରହିଛି ୫୭୪ କିମି ସମୁଦ୍ର ତଟ । ଯାହାର ସୁରକ୍ଷା ପାଇଁ ସବୁବେଳେ ସଜାଗ ମେରାଇନ ପୋଲିସ । ରାଜ୍ୟରେ ରହିଛି ୧୮ ଟି ମେରାଇନ ଥାନା ରହିଛି । ଅନୁପ୍ରବେଶ ରୋକିବା ସହ ଶତ୍ରୁଙ୍କୁ ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ମାନବ ସମ୍ବଳ ବୃଦ୍ଧି ସହ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଗୁରୁତ୍ବ ଦିଆଯାଉଛି । ସମୁଦ୍ର ଉପକୂଳର ସୁରକ୍ଷାକୁ ସୁଦୃଢ଼ ଲାଗି ଆସିବ ବୁଲେଟ୍‌ ପ୍ରୁଫ୍‌ ବୋଟ୍‌, ଯାହାକୁ କିଣିବା ପାଇଁ ଯୋଜନା କରିଛି ମେରାଇନ ପୋଲିସ ।

ଉପକୂଳ ସୁରକ୍ଷାରେ ମାନବ ସମ୍ବଳ ବୃଦ୍ଧି କରିବାକୁ ଗୁରୁତ୍ବ ଦିଆଯାଉଛି । ଏଥିରେ ଅବସରପ୍ରାପ୍ତ ନୌସେନା ଓ ତଟରକ୍ଷୀ ବାହିନୀର କର୍ମଚାରୀଙ୍କୁ ତଟ ସୁରକ୍ଷାରେ ନିଯୁକ୍ତି ମିଳିଛି । ଏବେ ୧୪୨ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଖୁବ୍‌ କମ୍‌ ଦିନରେ ଆଉ ୨୮୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ନିଷ୍ପତ୍ତି ନେଇଛି ଓଡ଼ିଶା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Marine Police | Odisha Water Ways in focus after Operation Sindoor! | Argus News