Videos
|
Odisha

Rain Alert / ଦେଖୁ ଦେଖୁ ବଦଳିଯିବ ପାଗ, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ... ଘରୁ ବାହାରୁ ଥିଲେ ସାବଧାନ!

Ritu Das
Browse all articles by Ritu Das
·6 months ago·2 min read
ଦେଖୁ ଦେଖୁ ବଦଳିଯିବ ପାଗ, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ... ଘରୁ ବାହାରୁ ଥିଲେ ସାବଧାନ!
India

Key Points

ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଶୀତର ପ୍ରକୋପ ଧୀରେ ଧୀରେ କମୁଥିବା ବେଳେ, ଲୋକଙ୍କୁ ଏବେ ପୁଣି ଡରାଇବାକୁ ଯାଉଛି ଲଘୁଚାପ ବର୍ଷା । ବିଷୁବୀୟ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଉଛି, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଭଳି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ ତାରିଖ ପାଇଁ ଖୋର୍ଦ୍ଧା, କଟକ, ମୟୂରଭଞ୍ଜରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ବିଭାଗ।

୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨ ଦିନ ଅନେକ ସ୍ଥାନରେ ବର୍ଷା ହେବର ସମ୍ଭାବନା ରହିଛି ତେବେ ଚାଲନ୍ତୁ ଜାଣିବା କେଉଁ ସ୍ଥାନରେ ବର୍ଷା ହେବ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ତର କିଛି ଉପରିଆ ସ୍ଥାନରେ କୁଆ ପଥର ବର୍ଷା ହୋଇଥିବାରୁ ଅନେକ ସ୍ଥାନରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆଣ୍ତାମାନ ନିକୋବର ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଯଦି ଆମେ ରାଜଧାନୀ ଦିଲ୍ଲୀ କଥା କହିବା ସେଠାରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଛି, ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।ନୋଏଡା, ଲକ୍ଷ୍ନୌ ଏବଂ ପ୍ରୟାଗରାଜ, ଉତ୍ତର ପ୍ରଦେଶର କିଛି ସ୍ଥାନରେ ହାଲୁକା ଥଣ୍ତା ଏବଂ ଆର୍ଦ୍ରତା ପାଇଁ ଆଜି ସକାଳେ କିଛି ସ୍ଥାନରେ କୁହୁଡି ଦେଖାଦେଇଥିଲା।

ଆଇଏମଡି ଅନୁଯାୟୀ, ପଶ୍ଚିମ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ହାଲୁକା ବର୍ଷା କିମ୍ବା ଝିପିଝିପି ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପାହାଡିଆ ଏବଂ ସମତଳ ଅଞ୍ଚଳକୁ ଏହା ପ୍ରଭାବିତ କରିବ। ଅନେକ ଜିଲ୍ଲା ମେଘୁଆ ରହିବ ଏବଂ କିଛି ସ୍ଥାନରେ ହାଲୁକା ବର୍ଷା ହେବ। କିଛି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ମାଡ ହେବ ବୋଲି ଚେତାବନୀ ମଧ୍ୟ ଜାରି କରାଯାଇଛି।

ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୨୩ରୁ ରାଜ୍ୟରେ ହେବ ବର୍ଷା !