Weather Alert / ୫ ଦିନ ଯାଏଁ ରାଜ୍ୟରେ ବର୍ଷା-ପବନ ଓ ବଜ୍ରପାତ,୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
·4 months ago·2 min read

Key Points
୫ ଦିନ ଯାଏଁ ରାଜ୍ୟରେ ବର୍ଷା-ପବନ ଓ ବଜ୍ରପାତ
୨୧ ଜିଲ୍ଲାକୁ ଘଡଘଡି ସହ ବର୍ଷା, ପବନ ନେଇ ୟେଲୋ ୱାର୍ଣ୍ଣିଂ
ମେ ୧୯ ତାରିଖ ଯାଏଁ ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ
ପାଣିପାଗ ବିଭାଗର ସୁଚନା

ଭୁବନେଶ୍ବର,୧୬/୦୫:କାଳଵୈଶାଖୀ ବର୍ଷା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସହ ଝଡ଼ି ପବନ ଓ ବଜ୍ରପାତ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଦେଓଗଡ, ଝାରସୁଗୁଡା ଓ ବରଗଡ଼ ଏହି ୯ ଜିଲ୍ଲାକୁ ବାଦ ଦେଲେ ଅବଶିଷ୍ଟ ୨୧ ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ୩୦ରୁ ୫୦ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୯ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ମେ' ୨୬ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହିବା ସହ ଦକ୍ଷିଣ ପଶ୍ଚିମ ଓ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ଓଡ଼ିଶାରେ ଏହାର ପ୍ରଭାବ ନାହିଁ,
ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସଅଳ ପହଞ୍ଚିବ। ଆଜି ଭାରତୀୟ ପାଣିପାଗ ବିଭାଗ ଏଥିରେ ମୋହର ମାରିଛି। ଆସନ୍ତା ୨୬ ତାରିଖ ଅର୍ଥାତ୍ ସ୍ବାଭାବିକ ସମୟର ପ୍ରାୟ ୪ ଦିନ ପୂର୍ବରୁ କେରଳମ୍ ଛୁଇଁବ ମୌସୁମୀ ବାୟୁ। ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ମୌସୁମୀ ସକ୍ରିୟ ହେବ। ଅନ୍ୟପଟେ ୧୪ ମେ’ରେ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଏନ୍ସିଇପି ଏବଂ ନୋଆ କ୍ଲାଇମେଟ୍ ପ୍ରେଡିକ୍ସନ୍ ସେଣ୍ଟରର ତଥ୍ୟକୁ ବିଶ୍ଲେଷଣ କରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ପଢନ୍ତୁ ଏହି ଖବର: ଆଜି ପୁଣି ହେବ କାଳବୈଶାଖୀ ! ୪୦ରୁ ୫୦ କିମି ବେଗରେ ବହିପାରେ ପବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ‘ଏଲ୍-ନିନୋ ୱାଚ୍’ ସ୍ଥିତି ଜାରି କରାଯାଇଛି। ଅର୍ଥାତ୍ ବାୟୁମଣ୍ଡଳୀୟ ସ୍ଥିତି ଏବେ ଇନ୍ସୋ-ନ୍ୟୁଟ୍ରାଲ୍ରୁ ସମ୍ପୂର୍ଣ୍ଣ ‘ଏଲ୍-ନିନୋ’ ଅବସ୍ଥାକୁ ପରିବର୍ତ୍ତିତ ହେବା ଏକପ୍ରକାର ନିଶ୍ଚିତ। ସମ୍ଭବତଃ ଜୁନ୍ ମାସ ସୁଦ୍ଧା ଏହା ବିକଶିତ ହେବ। ବାୟୁମଣ୍ଡଳୀୟ ଓ ସାମୁଦ୍ରିକ ସୂଚକାଙ୍କ ଅନୁଯାୟୀ, ମେ’ରୁ ଜୁଲାଇ ମଧ୍ୟରେ ଏହା ଘଟିବାର ୮୨% ସମ୍ଭାବନା ରହିଛି। ବାର୍ଷିକ ଚକ୍ରକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି, ୨୦୨୬-୨୭ ଶୀତ ଋତୁ ବେଳକୁ ଏଲ୍-ନିନୋ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହେବାର ପ୍ରାୟ ୯୬% ସମ୍ଭାବନା ରହିଛି। ୪ ଦିନ ପୂର୍ବରୁ ମୌସୁମୀ ବର୍ଷା, ଆଜି ଆଣ୍ଡାମାନ ପହଞ୍ଚିବ ଏଲ୍-ନିନୋ ପ୍ରଭାବରେ ମୌସୁମୀ ଋତୁ ଆହ୍ୱାନପୂର୍ଣ୍ଣ ହେବ।
ଭାରତୀୟ ଉପମହାଦେଶ ପାଇଁ ଏହି ପରିବର୍ତ୍ତନ ସାଧାରଣତଃ ଦୁର୍ବଳ ଓ ଅନିୟମିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ସଙ୍କେତ ଦେଇଥାଏ। ତେବେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ ଓ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବର୍ଷାର ପରିମାଣକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରନ୍ତି। ତଥାପି ଏଲ୍-ନିନୋର ପ୍ରଭାବ ଯୋଗୁଁ ଆଗାମୀ ମୌସୁମୀ ଋତୁ ବେଶ୍ ଆହ୍ୱାନପୂର୍ଣ୍ଣ ରହିବ। ଓଡ଼ିଶା ପ୍ରସଙ୍ଗରେ ଦେଖିବାକୁ ଗଲେ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ମାଟି ଆର୍ଦ୍ରତା ହ୍ରାସ ପାଇବାର ସମ୍ଭାବନା ଅଧିକ ରହିଛି। ଗ୍ରୀଷ୍ମ ପ୍ରବାହ ଅଧିକ ଦିନ ରହିବା ସହ ବର୍ଷାର ପରିମାଣରେ ବ୍ୟାପକ ଅନିଶ୍ଚିତତା ଦେଖାଯାଇପାରେ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

Related Topics
Explore more stories