Videos
|
Odisha

Rain Alert / ଉତ୍ତର ଓଡ଼ିଶାରେ ୨ ଦିନ ଛେଚିବ ଲଘୁଚାପ ବର୍ଷା; ୫ ଦିନ ଭିଜିବ ସମଗ୍ର ରାଜ୍ୟ

Sushanta Sahoo
Browse all articles by Sushanta Sahoo
·55 mins ago·2 min read
ଉତ୍ତର ଓଡ଼ିଶାରେ ୨ ଦିନ ଛେଚିବ ଲଘୁଚାପ ବର୍ଷା; ୫ ଦିନ ଭିଜିବ ସମଗ୍ର ରାଜ୍ୟ
Red Warning in 4 Districts, Heavy Rain for 5 Days

Key Points

ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି । ଅତି ପ୍ରବଳ ବର୍ଷା ନେଇ ଉତ୍ତର ଓଡ଼ିଶାର ଜିଲ୍ଲାକୁ ୨ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ଭୁବନେଶ୍ଵର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଏକ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନର ୭.୬ କିମି ଉପରେ ରହିଛି । ଏହା ଆଗାମୀ ୪୮ ଘଣ୍ଟାରେ ଆଙୁରି ଘନୀଭୂତ ହେବ ।

ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି । ଅତି ପ୍ରବଳ ବର୍ଷା ନେଇ ଉତ୍ତର ଓଡ଼ିଶାର ଜିଲ୍ଲାକୁ ୨ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୁଦ୍ର ବାରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ଆଣିବ ବଡ଼ ବର୍ଷା, ଉତ୍ତର ଓଡ଼ିଶାରେ ଛେଚିବ 

ରେଡ୍ ଆଲର୍ଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ପାଇଁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଯାଜପୁର, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ସେହିଭଳି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଏଥିସହ ପ୍ରାୟ ସମସ୍ତ ଜିଲ୍ଲାକୁ ବଜ୍ରପାତ ନେଇ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ଆସନ୍ତାକାଲି ରବିବାର ଅତି ପ୍ରବଳ ବର୍ଷା ନେଇ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ମାଂସ ଦୋକାନୀଙ୍କୁ ରାସ୍ତା ଉପରେ ୩ ରାଉଣ୍ଡ ଗୁଳି କଲା ଯୁବକ 

୨ ତାରିଖ ଯାଏ ରାଜ୍ଯରେ ବର୍ଷା ଜାରି ରହିବ । ଏହି ସମୟରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୬୦ କିମିରହିପାରେ । ଭୀଷଣ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ସହ କୁତ୍ରିମ ବନ୍ୟା ଓ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି ।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୧୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ଏଯାବତ ୧୧୧୫.୯ ମିମି ବର୍ଷା ହୋଇଛି । ଯାହାକି ସ୍ଵାଭବିକ ୮୯୬.୩ ମିମି ବର୍ଷାଠାର ୨୫ ପ୍ରତିଶତ ଅଧିକ ଅଟେ । କେବଳ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।