Videos
|
Odisha

Cyclone Alert / ୨୨ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା କମ୍ ଥିବା କହିଲେ ପାଣିପାଗ ବିଶେଷଜ୍ଞ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
୨୨ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା କମ୍ ଥିବା କହିଲେ ପାଣିପାଗ ବିଶେଷଜ୍ଞ
Heavy Rain Likely From Sept 22-25, Deep Depression Expected

Key Points

୨୨ ତାରିଖ ଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ବାତ୍ୟା ସୃଷ୍ଟି ହେଉ କି ନ ହେଉ, ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୨୪ ଓ ୨୫ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ଭୁବନେଶ୍ଵର: ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଜି ସନ୍ଧ୍ୟା ଆଡ଼କୁ ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅବପାତ ଓ ୨୧ କିମ୍ବା ୨୨ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବା ନେଇ ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ।

ଫଳରେ ୨୨ ତାରିଖ ଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ବାତ୍ୟା ସୃଷ୍ଟି ହେଉ କି ନ ହେଉ, ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୨୪ ଓ ୨୫ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଯଦି ଆଗକୁ ଏହାର ଗତି ଉତ୍ତର ଆଡ଼କୁ ଯାଏ ତାହେଲେ ୨୭ ତାରିଖ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲଗି ରହିବ ।

ଏଥିସହ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଅର୍ଣ୍ଣବ’? ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଓଡ଼ିଶାକୁ ବଢ଼ୁଛି ବିପଦ! 

ଅତି ପ୍ରବଳ ବର୍ଷା ସହ ଭୂସ୍ଖଳନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇପାରେ ଆକସ୍ମିକ ବନ୍ୟା ସହ ଭୂସ୍ଖଳନ । ସମ୍ଭାବ୍ୟ ଲଘୁଚାପ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି ।

'ଲଘୁଚାପ କ୍ଷେତ୍ର' ସୃଷ୍ଟି ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ କ୍ରମଶଃ ଘନୀଭୂତ ହୋଇ ୨୧ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଅବପାତ ତଥା ୨୨ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଗଭୀର ଅବପାତରେ ପରିଣତ ହୋଇପାରେ ।

ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବ । ୨୩ ସେପ୍ଟେମ୍ବର ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି ।

ପାଣିପାଗ ବିଜ୍ଞାନୀ ବବିଶ୍ୱଜିତ ସାହୁ କହିଛନ୍ତି, "ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରି ୨୧ ସେପ୍ଟେମ୍ବର ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତା ବିଶିଷ୍ଟ ବାତ୍ୟା ରୂପ ନେବା ପାଇଁ ଅନୁକୂଳ ପାଣିପାଗ ପରିସ୍ଥିତି ରହିଛି ।"

କେଉଁଠି ହେବ ବର୍ଷା ?

ପ୍ରଭାବରେ ୨୨ ରୁ ୨୫ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କର ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣରେ ବର୍ଷାର ପ୍ରଭାବ ବେଶୀ ରହିବ । ଗଞ୍ଜାମ, ଗଜପତି, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପବନ ଅପେକ୍ଷା ବର୍ଷାର ପରିମାଣ ଅଧିକ ରହିବା ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ଏଥିସହ ପଢ଼ନ୍ତୁ: ଆସିବ କି ବାତ୍ୟା? ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପରେ ନଜର 

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଯଦି ବାତ୍ୟା ସୃଷ୍ଟି ହୁଏ ତେବେ, ବଡ଼ ବାତ୍ୟା ନେଇ ଭୟ ନାହିଁ । ଛୋଟ କିମ୍ବା ମଧ୍ୟମ ଧରଣର ବାତ୍ୟା ହୋଇପାରେ ।

ମୌସୁମୀର ପ୍ରତ୍ୟାବର୍ତ୍ତନ

ସେପଟେ ସ୍ଵାଭାବିକ ତାରିଖ ସେପ୍ଟେମ୍ବର ୧୭ ପରିବର୍ତ୍ତେ ସେପ୍ଟେମ୍ବର ୧୯ରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପଶ୍ଚିମ ରାଜସ୍ଥାନର କିଛି ଅଂଶରୁ ପ୍ରତ୍ୟାବର୍ତ୍ତନ କରିଛି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜସ୍ଥାନର ଆହୁରି କିଛି ଅଂଶ ତଥା ପଞ୍ଜାବ ଏବଂ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଣିପାଗ ପରିସ୍ଥିତି ଅନୁକୂଳ ରହିଛି ।