Cold Wave / ସବୁଠୁ ଅଧିକ ଥଣ୍ଡା ପଡ଼ୁଛି ଏଇଠି, ଥରେ ବୁଲି ଆସନ୍ତୁ...

Key Points
ଗତ ସପ୍ତାହେ ହେଲା ପ୍ରବଳ ଜାଡ଼ କବଳକୁ ଚାଲିଯାଇଛି ସାରା ଓଡ଼ିଶା।
ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି।
ସାରା ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଜାଡ଼ । ଆଉ ଏହି ସମୟଟା ହେଉଛି ପିକ୍ନିକ୍ର ସମୟ । ତେଣୁ ସମସ୍ତଙ୍କ ଇଚ୍ଛା ଯେଉଁଠି ଅଧିକ ଥଣ୍ଡା ପଡ଼ୁଥିବା ଆମେ ସେଇଠିକୁ ଯିବା ପିକ୍ନିକ୍ । ଟେଣ୍ଟ ଟାଣି ରାତିରେ ରହିବା, ବନ୍ଫାୟାର କରିବା, ଭୋଜି କରିବା, ଚିକେନ ପୋଡ଼ି ଖାଇବା । ଗୀତ ଟିକେ ଲାଗିଥିବ, ନାଚ ଟିକେ ହେଉଥିବା । ଉପରୁ ଥଣ୍ଡା ବି ପଡ଼ୁଥିବା । ଏମିତି ପିକନିକ୍ କରିବାକୁ ସମସ୍ତଙ୍କର ଇଚ୍ଛା । ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ଥାଣ୍ଡା ପଡ଼ୁଛି । ଏବେ ରାଜ୍ୟର ୧୬ ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ୩.୧ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି । ତେଣୁ ଏବେ ସମସ୍ତଙ୍କର ଇଚ୍ଛା, ଜି.ଉଦୟଗିରି ଯିବା ।
ପଶ୍ଚିମା ଝଡ଼ ପ୍ରଭାବରେ ରାତିର ତାପମାତ୍ରା ବି ହ୍ରାସ ପାଉଛି। ଗତ ସପ୍ତାହେ ହେଲା ପ୍ରବଳ ଜାଡ଼ କବଳକୁ ଚାଲିଯାଇଛି ସାରା ଓଡ଼ିଶା। ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ସେହଭଳି ସେମିଳିଗୁଡ଼ାର ରାତି ତାପମାତ୍ରା ୪.୬ ଡିଗ୍ରି, ଫୁଲବାଣୀର ୫.୫ ଡିଗ୍ରି, ଦାରିଙ୍ଗବାଡ଼ିର ୬ ଡିଗ୍ରି, କୋରାପୁଟର ୬.୫ ଡିଗ୍ରି, ଚିପିଲିମା ୭.୮ ଡିଗ୍ରି, ରାଉରକେଲାର ୮ ଡିଗ୍ରି, ଝାରସୁଗୁଡ଼ାର ୮.୨ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି ଓ କିରେଇରେ ୯.୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି।
୧୬ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ପୁରୀ ଛଡ଼ା ସାରା ରାଜ୍ୟର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ଅନ୍ୟପଟେ ଘନ କୁହୁଡ଼ି ଯୋଗୁଁ ରାଉରକେଲା ସକାଳୁ ଧଳା ଚାଦରରେ ଢାଙ୍କି ହୋଇରହୁଛି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ଏହି ଥଣ୍ଡାରୁ ତ୍ରାହି ନାହିଁ। ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକର ରହିଥିଲା ୧୨.୪ ଡିଗ୍ରି। ଆସନ୍ତାକାଲି ମଧ୍ୟ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ରାତିରେ ୧୩ ଡିଗ୍ରି ମଧ୍ୟରେ ରହିବ । ସକାଳୁ ହାଲୁକା କୁହୁଡ଼ି ପଡ଼ିବା ସହ ଆକାଶ ନିର୍ମଳ ରହିପାରେ।
ତେବେ ଗତ ସପ୍ତାହେ ହେଲା ଓଡ଼ିଶାରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ବୟସ୍କ, ରୋଗୀ ଓ ଶିଶୁଙ୍କ ପାଇଁ ଏହା ଘାତକ ହୋଇଥିବା ବେଳେ ଅନ୍ୟମାନେ ବି ଥଣ୍ଡା, କାଶ, ଜ୍ବର ସହ ବହୁ ଥଣ୍ଡାଜନିତ ଆଲର୍ଜିର ଶିକାର ହେଉଛନ୍ତି। ଶୁକ୍ରବାର ମଧ୍ୟ ଜି.ଉଦୟଗିରିରେ ସର୍ବନିମ୍ନ ୩.୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ଶିମିଳିଗୁଡ଼ାରେ ତାପମାତ୍ରା ୩.୬ ଡିଗ୍ରୀ ରହିଥିଲା, ଫୁଲବାଣୀରେ ୫.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ, ଚିପିଲିମାରେ ୬.୬ ଡିଗ୍ରୀ, ଝାରସୁଗୁଡ଼ାରେ ୭.୧ ଡିଗ୍ରୀ ଓ ଭବାନୀପାଟଣାରେ ୭.୫ ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ରେକର୍ଡ କରାଯାଇଥିଲା ।
ସେହିଭଳି ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି କିଛି ଅଞ୍ଚଳରେ ଶୀତ ଲହରି ପ୍ରବାହିତ ହେବାର ଆଶଙ୍କାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଥଣ୍ଡା ପାଗ ଜାରି ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
📱 Get Argus News App
✨Related Topics
Explore more stories