Videos
|
Odisha

Odisha Rain Alert / ବଙ୍ଗୋପସାଗରରେ ଲଘୁଚାପ; ୪୮ ଘଣ୍ଟା ଭୀଷଣ ବର୍ଷା ଚେତାବନୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଙ୍ଗୋପସାଗରରେ ଲଘୁଚାପ; ୪୮ ଘଣ୍ଟା ଭୀଷଣ ବର୍ଷା ଚେତାବନୀ
5 Districts on Red Alert as Low Pressure Forms

Key Points

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୪୮ ଘଣ୍ଟା ଭୀଷଣ ବର୍ଷା ଲାଗି ରହିବ । ଏନେଇ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଦିଆଯାଇଛି ।
ଭୁବନେଶ୍ଵର: ଉତ୍ତରପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ । ଏହାସହ ଏକ ଘୂର୍ଣ୍ଣିବଳୟ ସମୁଦ୍ରର ୭.୬ କିମି ଉପରେ ଦକ୍ଷିଣପଶ୍ଚିମ ଆଡ଼କୁ ଉଚ୍ଚତାରେ ଢଳି ରହିଛି । ଅନ୍ୟପଟେ ଓଡ଼ିଶା ଉପରେ ସକ୍ରିୟା ରହିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟରେ ୨୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୪୮ ଘଣ୍ଟା ଭୀଷଣ ବର୍ଷା ଲାଗି ରହିବ । ଏନେଇ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଦିଆଯାଇଛି । ଏଥିସହ ସମୁଦ୍ର ଅଶାନ୍ତ ରହିଥିବାରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

କେଉଁ ଜିଲ୍ଲାକୁ କେଉଁ ଆଲର୍ଟ ?

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ରେଡ୍ ଆଲର୍ଟରେ ଥିବା ୫ ଜିଲ୍ଲା ହେଲା- କଟକ, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି ଓ ନବରଙ୍ଗପୁର । ସେହିଭଳି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।

ଏଥିସହ ପଢ଼ନ୍ତୁ: ଆଜି ରାଜ୍ୟରେ ପ୍ରବଳ ବର୍ଷା... ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ 

କାଳବୈଶାଖୀ ସତର୍କତା

ଏଥିସହ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।

ସେହିଭଳି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ମଧ୍ୟ ବଜ୍ରପାତ ଆଶଙ୍କା ରହିଛି । ଅନ୍ୟ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ସମୁଦ୍ରକୁ ବାରଣ କରାଯାଇଛି । ଜୁନ ୧ରୁ ଏଯାବତ ୧୦୪୪.୮ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୨୬ ପ୍ରତିଶତ ଅଧିକ । କେବଳ ନବରଙ୍ଗପୁରରେ ବର୍ଷା ନିଅଣ୍ଟିଆ ରହିଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: