ଆଗାମୀ ୩, ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ନ ହୋଇପାରେ ମୌସୁମୀ ବାୟୁ
·2 years ago

ଭୁବନେଶ୍ୱର: ମୌସୁମୀ ବାୟୁ ଆଗକୁ ବଢ଼ିବାକୁ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩, ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ନ ହୋଇପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇପରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରେବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି ।
ଆଗାମୀ ୫ ଦିନ ଉତ୍ତର , ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨,୩ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ ଖବର ।
ମୌସୁମୀ ଓଡିଶା ଛୁଇଁ ଦୁଇ ଦନି ହେଲାଣି । ଏପଟେ ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କରୁଛି କଲବଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
