Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେଠୁ ଜଳିଲାଣି, ଆହୁରି ଜଳିବ ! ବୌଦ୍ଧରେ ସବୁଠୁ ଅଧିକ ନିଆଁ ବର୍ଷା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏବେଠୁ ଜଳିଲାଣି, ଆହୁରି ଜଳିବ ! ବୌଦ୍ଧରେ ସବୁଠୁ ଅଧିକ ନିଆଁ ବର୍ଷା

ଜଳୁଛି ଓଡ଼ିଶା । ମାର୍ଚ୍ଚ ଅଧାରୁ ତତଲା କଡ଼େଇରେ ସିଝୁଛି ଓଡ଼ିଶା । ଗତକାଲି ୪୨.୫ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ପାଲଟିଛି ଦେଶର ସବୁଠୁ ଉତ୍ତପ୍ତ ସହର । ସେହିପରି ୪୦ ଡିଗ୍ରୀ ଉପରେ ରହିଛି ୧୦ ଜିଲ୍ଲାର ପାରଦ । ଖରାର ଦାଉ ଏତେ ରହୁଛି ଯେ ଦିନରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।



ଆଜି ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି । ସେହିପରି ଅନୁଗୁଳ, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ୧୯ ରୁ ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆଗକୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି । ହିଟୱେଭ୍ ନେଇ ୩ ଜିଲ୍ଲାକୁ ରେଡ୍, ୪ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଅପରପକ୍ଷେ ୧୭ ତାରିଖ ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବରୁ ୪୧.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ସମ୍ବଲପୁର ୪୦.୩, ହୀରାକୁଦ ୪୦.୧ ଏବଂ ଭୁବନେଶ୍ୱର ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।


Sponsored
Odisha Weather Update Heavy Heat Wave In Boudh District | Argus News