|
logo
Live
Argus News App
GET APP

Argus News - ଉପସ୍ଥାପିତ ହେଲା ଶ୍ୱେତପତ୍ର,ବାମପନ୍ଥୀ ଉଗ୍ରବାଦ ଓ ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ କମିଛି

Odisha

white paper introduced / ଉପସ୍ଥାପିତ ହେଲା ଶ୍ୱେତପତ୍ର,ବାମପନ୍ଥୀ ଉଗ୍ରବାଦ ଓ ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ କମିଛି

Bikash Mohanty
Browse all articles by Bikash Mohanty
·1 week ago·2 min read
ଉପସ୍ଥାପିତ ହେଲା ଶ୍ୱେତପତ୍ର,ବାମପନ୍ଥୀ ଉଗ୍ରବାଦ ଓ  ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ କମିଛି
White paper

Key Points

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର
୨୦୨୫ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପକାଶ
୨୦୨୫ରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଘଟଣା କମିଛି
ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ କମିଛି
ଭୁବନେଶ୍ବର ୨୫/୦୩:ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର । ୨୦୨୫ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପକାଶ ପାଇଛି । ଯେଉଁଥିରେ ୨୦୨୫ରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଘଟଣା କମିଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ କମିଛି । ରାଉରକେଲାରେ ୩ଟି ହିଂସାତ୍ମକ ଘଟଣା ଛାଡ଼ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ହିଂସାକାଣ୍ଡ ଘଟିନଥିଲା। ଓଡ଼ିଶା-ଛତିଶଗଡ ମିଳିତ ସର୍ଚ୍ଚ ଅପରେସନରେ ୧୭ ମାଓବାଦୀ ନିହତ ହୋଇଛନ୍ତି ।


ସେହିପରି ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ସରକାରୀ ତଥ୍ୟ କହୁଛି ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ସାମଗ୍ରିକ ଅପରାଧର ହାରରେ ୭.୩୬ ପ୍ରତିଶତ ବୃଦ୍ଧି ହୋଇଛି। ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ ସାମାନ୍ୟ କମିଥିଲେ ବି ଚିନ୍ତାଜନକ ସ୍ଥିତିରେ ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ସବୁଠୁ ସମ୍ବେଦନଶୀଳ। ଦେଶର ମିଜାଇଲ ଜିଲ୍ଲା ଭାବେ ପରିଚିତ ଏହି ଉପକୂଳ ଜିଲ୍ଲା ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ରେକର୍ଡ କରିଛି।

୨୦୨୪ରେ ସାମଗ୍ରିକ ଭାବେ ରାଜ୍ୟରେ ୩୦୫୪ଟି ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୨୯୯୪କୁ ହ୍ରାସ ପାଇଛି। ୨୦୨୪ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ଥିଲା ୨ଲକ୍ଷ ୧୪ ହଜାର ୧୧୩। ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ୨ଲକ୍ଷ ୨୯ହଜାର ୮୮୧କୁ ବୃଦ୍ଧି ପାଇଛି। ୨୦୨୪ ନିର୍ବାଚନୀ ବର୍ଷ ତୁଳନାରେ ୨୦୨୫ରେ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ, ଚୋରୀ ଓ ମୋଟରଯାନ ଦୁର୍ଘଟଣା ଘଟିଛି। ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା, ୧୭ ହଜାର ୮୦୫ ଚୋରୀ ଓ ୧୨ହଜାର ୩୭୫ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା। ୨୦୨୫ରେ ୧୩୦୪ ହତ୍ୟା, ୨୧ହଜାର ୧୯୨ ଚୋରୀ ଓ ୧୨ହଜାର ୭୮୨ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ସେହିଭଳି ୨୦୨୫ରେ ୩୫୨ ଡକାୟତି, ୧୮୦୨ ଲୁଟ ଓ ୧୦୯୫ ଦଙ୍ଗା ହୋଇଛି ।

ମାର୍ଚ୍ଚ ୩୧ ସୁଦ୍ଧା ମାଓ ମୁକ୍ତ ହେବ ଭାରତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏହି ଲକ୍ଷ୍ୟ ହାସଲ ପାଇଁ ଆଉ ମାତ୍ର ଦିନ କେଇଟା। ଦିନ ପାଖେଇବା ସହ ପୋଲିସକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା। ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ଲାଲବାହିନୀର ଗଡ଼। ଅନେକ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ, ଏହିକ୍ରମରେ ଆତ୍ମସମର୍ପଣ କରିଛି ଟପ୍ ମାଓନେତା ଶୁକ୍ରୁ।

ଗତକାଲି କନ୍ଧମାଳ ପୋଲିସ ନିକଟରେ ଶୁକ୍ରୁ ସମେତ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଶୁକ୍ରୁ ମୁଣ୍ଡ ଉପରେ ୫୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ସେମାନଙ୍କ ନିକଟରୁ ୫ଟି ଅତ୍ୟାଧୁନିକ ବନ୍ଧୁକ ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟ ସଞ୍ଜୀବ ପଣ୍ଡା। ସେ କହିଛନ୍ତି, ଶୁକ୍ରୁର ଆତ୍ମସର୍ମପଣ ପରେ ବର୍ତ୍ତମାନ ରାଜ୍ୟରେ ନକ୍ସଲଙ୍କ ସଂଖ୍ୟା ସିଙ୍ଗିଲ ଡିଜିଟ୍‌କୁ ଖସି ଯାଇଛି। ନକ୍ସଲଙ୍କ ପାଇଁ ଏହା ଝଟ୍‌କା। ଯେଉଁମାନେ ରହି ଯାଇଛନ୍ତି ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଆମେ ଆହ୍ୱାନ କରିଛନ୍ତି ଆଣ୍ଟି ନକ୍ସଲ ଅପରେସନର ଏଡିଜି ସଞ୍ଜୀବ ପଣ୍ଡା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
white paper introduced: ଉପସ୍ଥାପିତ ହେଲା ଶ୍ୱେତପତ୍ର,ବାମପନ୍ଥୀ ଉଗ୍ରବାଦ ଓ ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ କମିଛି | Argus News