|
logo
Live

Argus News - ବିକଶିତ ଭାରତରେ ବିକଶିତ ଓଡିଶା ହେବ ବଡ ଅଂଶୀଦାର

Odisha

ବିକଶିତ ଭାରତରେ ବିକଶିତ ଓଡିଶା ହେବ ବଡ ଅଂଶୀଦାର

Sangram Tripathy
Browse all articles by Sangram Tripathy
·1 year ago·3 min read
ବିକଶିତ ଭାରତରେ ବିକଶିତ ଓଡିଶା ହେବ ବଡ ଅଂଶୀଦାର


ଅର୍ଗସ ବ୍ୟୁରୋ: ଫେଲ ମାରିଲେ ନବୀନ, ଅଣ୍ଟା ଭିଡିଲେ ମୋହନ ସରକାର।ଓଡିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଅହମଦାବାଦ ଓ ପୁନେରେ ଶିଳ୍ପ ବିଭାଗର ରୋଡ ସୋ
 ବିକଶିତ ଭାରତରେ ବିକଶିତ ଓଡିଶା ହେବ ବଡ ଅଂଶୀଦାର।ଅଢେଇ ଲକ୍ଷ କୋଟି ଘରୋଇ ପୁଞ୍ଜିନିବେଶ ସହ ଏଫଡିଆଇ ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ।ଆଗାମୀ ୭, ୮ ଏବଂ ୯ ତାରିଖରେ ଅହମଦାବାଦ ଏବଂ ପୁନେରେ ରୋଡ ସୋ କରିବ ଶିଳ୍ପ ବିଭାଗ । ଓଡିଶାକୁ ଅଧିକରୁ ଅଧିକ ଶିଳ୍ପ ଆଣିବା ପାଇଁ ନିବେଶକ ମାନଙ୍କ ସହ କରାଯିବ ଇନଭେଷ୍ଟର ମିଟ୍‍ ଏବଂ ରାଉଣ୍ଡ ଟେବୁଲ ଆଲୋଚନା । ଏହାସହ ଓଡିଶାର ଶିଳ୍ପ ନୀତିକୁ ନେଇ ଶିଳ୍ପାନୁଷ୍ଠାନର ମୁଖ୍ୟ ମାନଙ୍କ ସହ ୱାନ ଟୁ ୱାନ ହେବ ଆଲୋଚନା ।

ମୋହନ ସରକାରଙ୍କ ଫୋକସରେ ଅଟୋମୋବାଇଲସ୍‍, ଫୁଡ୍ ପ୍ରୋସେସିଂ, ଆନସେଲାରି ଡାଉନଷ୍ଟ୍ରିମ ମେଟାଲ, ଫାର୍ମା ଏବଂ ଇଲେକକ୍ଟ୍ରୋନିକ୍ସ ମାନୁଫେକ୍ଚରିଂ ସେକ୍ଟର ଭଳି ଶିଳ୍ପ । ଶିଳ୍ପ ମାନଙ୍କୁ ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକୃଷ୍ଟ ସୁଯୋଗ ଯୋଗାଇ ଦିଆଯିବ । ଓଡିଶାକୁ ଶିଳ୍ପ ଆସିବା ପାଇଁ ପ୍ରୋତ୍ସାହିତ କରାଯିବ । ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଡୋମେଷ୍ଟିକ ଇନଭେଷ୍ଟମେଣ୍ଟ ମାଧ୍ୟମରେ ୨୦୨୯ ସୁଦ୍ଧା ଓଡିଶାରେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହ ୨ ବିଲିୟନ ଡଲାରର  ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଁ ମୋହନ ସରକାରଙ୍କ ଭିଜନ ରଖିଛନ୍ତି । 

 ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ବିଜେପି ସରକାର ନେଇଛି ସଂକଳ୍ପ । ହେଲେ ପୂର୍ବ ବିଜେଡି ସରକାର ଓଡିଶାବାସୀଙ୍କୁ ଦେଖାଇଥିଲା ମିଛ ଶିଳ୍ପାୟନର ସ୍ଵପ୍ନ । ବିଧାନସଭା ଉତ୍ତରରୁ ମିଳିଥିବା ସଦ୍ୟତମ ତଥ୍ୟ ଖୋଲି ଦେଇଛି ୨୪ ବର୍ଷର ନବୀନ ସରକାରର ପୋଲ । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ ଉତ୍ତର ରଖି କହୁଛନ୍ତି, ଗତ ୫ ବର୍ଷ ମଧ୍ୟରେ ୫୧୨ଟି ବୃହତ ଶିଳ୍ପ ସଂସ୍ଥା ସହ ରାଜ୍ୟ ସରକାର ଏମଓୟୁ କରିଥିଲେ । ୫ ଲକ୍ଷ ୭୧ ହଜାର ୩୦୩ ନିଯୁକ୍ତି ସୁଯୋଗ ଲାଗି ରହିଥିଲା ଲକ୍ଷ୍ୟ  । କିନ୍ତୁ ବିଡମ୍ବନା, ୫ ବର୍ଷରେ ସେଥି ମଧ୍ୟରୁ ମାତ୍ର ୩୦ଟି ବୃହତ୍ତ ପ୍ରକଳ୍ପ ଆଂଶିକ ତଥା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିଛି । ଆଉ ଏହି ଶିଳ୍ପ ଗୁଡିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୧୯ ହଜାର ୫୨୯ କୋଟିର ପୁଞ୍ଜିନିବେଶ ସହ ୨୦ ହଜାର ୨୫୧ଟି ନିଯୁକ୍ତି ସୃଷ୍ଟ ହୋଇପାରିବ । ତେଣୁ ଏଠି ପ୍ରଶ୍ନ ଉଠୁଛି ବିଜେଡି ସରକାର ସମୟରେ ତିନି ତିନୋଟି କାହା ପାଇଁ ହୋଇଥିଲା ମେକ ଇନ ଓଡିଶା କନକ୍ଲେଭ । କାହିଁକି ଏ ପର୍ଯ୍ୟନ୍ତ ସମସ୍ତ ୫୧୨ ବୃହତ୍ତ ଶିଳ୍ପ ପ୍ରକଳ୍ପରୁ ମାତ୍ର ୩୦ଟି ଶିଳ୍ପରେ ପୁଞ୍ଜି ନିବେଶ ହୋଇଛି । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶ ବୁଲିଥିଲେ ନବୀନ ଓ ପାଣ୍ଡିଆନ । ବେଶ ପ୍ରଚାର ହେଲା କିନ୍ତୁ ଫଳ ଶୂନ
() ସରକାର ବିଦେଶୀ ନିବେଶକଙ୍କୁ ଶିଳ୍ପାୟନ ଲାଗି ଆମନ୍ତ୍ରଣ କରିବାକୁ ଦୁବାଇ, ସିଙ୍ଗାପୁର, ଚୀନ, ଜାପାନ, ଇଟାଲୀ, ଜର୍ମାନ ଓ ସାଉଥକୋରିଆ ପରି ବିଭିନ୍ନ ଦେଶରେ ରାଜ୍ୟ ସରକାର ବଡ ବଡ ବୈଠକ, ରୋଡ୍ ସୋ କରିବା ସହ ବଡ ବଡ ବିଜ୍ଞାପନ ବି ଦେଇଥିଲେ । ଏତେ ସବୁ ପରେ ବି ବିଦେଶ ପୁଞ୍ଜିନିବେଶରେ ଏଭଳି ସ୍ଥିତି ହିଁ ବୟାନ କରୁଛି ଏହା କେବଳ ପ୍ରଚାରରେ ସୀମିତ ଥିଲା । ପାଣି ଭଳିଆ ପଇସା ସିନା ଖର୍ଚ୍ଚ ହେଲା କିନ୍ତୁ ପୁଞ୍ଜିନିବେଶ ଆସିଲା ନାହିଁ । କିନ୍ତୁ ଏବେ ମୋହନ ସରକାରଙ୍କ ଉଦ୍ୟମ ଏବଂ ଉଦ୍ଦେଶ୍ୟକୁ ନେଇ ବେଶ ଆଶାବାଦୀ ଅଛନ୍ତି ଓଡିଶାର ଶିଳ୍ପ ଉଦ୍ୟୋଗ 


 କିଛି ମାସ ତଳେ ସଂସଦରେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଖୋଲି ଦେଇଥିଲା ଓଡ଼ିଶାରେ ବିଦେଶୀ ପୁଞ୍ଜି ନେଇ ପୂର୍ବ ବିଜେଡି ସରକାରର ମିଛ ପ୍ରଚାରର ଗୁମର । ଅକ୍ଟୋବର ୨୦୧୯ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ୪ ବର୍ଷରେ ଓଡ଼ିଶାରେ ହୋଇଥିଲା ମାତ୍ର ୧୨୭୭ କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ । ସାରା ଦେଶରେ ଓଡ଼ିଶା ଥିଲା ୨୦ ନମ୍ବର ସ୍ଥାନରେ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିକଶିତ ଭାରତରେ ବିକଶିତ ଓଡିଶା ହେବ ବଡ ଅଂଶୀଦାର | Argus News