Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକଶିତ ଭାରତ ପାଇଁ ଓଡିଶା ହେବ ଆଧାର ସ୍ତମ୍ଭ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିକଶିତ ଭାରତ ପାଇଁ ଓଡିଶା ହେବ ଆଧାର ସ୍ତମ୍ଭ

Key Points

36ର ବଡ ସ୍ବପ୍ନ
ବିକଶିତ ଭାରତ ପାଇଁ ଓଡିଶା ହେବ ଆଧାର ସ୍ତମ୍ଭ
କିନ୍ତୁ ଯୁବପିଢିଙ୍କ ରୋଜଗାରରେ ଲୁଚିଛି ସଫଳତାର ଚାବି କାଠି
କେବଳ ସରକାରୀ ଚାକିରି ନୁହେଁ
ଅଧିକ ଆର୍ଥିକ ଗତିବିଧି ଯୁବ ପିଢିର ଆବଶ୍ୟକତା

ଗଂଜାମ ଥିଲା ପରିବର୍ତ୍ତନର ବାର୍ତ୍ତାବାହ। ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ଗଂଜାମର ଆସିକାରେ ଯୁବ ଶକ୍ତି ସମାବେଶର ଆୟୋଜନ କରି ବିଜେଡି ଗଡକୁ ଯୁବ ଶକ୍ତି କିପରି ଧରାଶାୟୀ କରିଥିଲେ ତାର ଅବତାରଣା କରିଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ ଯୁବ ବର୍ଗଙ୍କ ପାଇଁ ସମ୍ଭାବନାର ରାଜ୍ୟ ହେବ ଓଡିଶା। ଆଉ ଯୁବ ସମାଜ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ। ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ଯୁବ ଶକ୍ତି ହିଁ ଗ୍ରହଣ କରିବେ ମୁଖ୍ୟ ଭୂମିକା ।

ଗଂଜାମରେ ଲୋକେ ଡବଲ ଇଂଜନ ନୁହେଁ ବରଂ ଅଯାଚିତ ଜନ ସମର୍ଥନରେ ଟ୍ରିପଲ ଇଂଜିନ ପ୍ରତିଷ୍ଠା କରିଥିବାରୁ ଯୁବଶକ୍ତି ସମାବେଶରେ ଯୁବପିଢୀଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଶିଳ୍ପାୟନର ସମ୍ଭାବନା କଥା କହିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଗତ 150 ଦିନ ଭିତରେ 1 ଲକ୍ଷ 80 ହଜାର କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି। ଏହା ମାଧ୍ୟମରେ 1. 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ବାଦ 28 ହଜାର 346 ସରକାରୀ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ସଫଳତାର କଥା କହିବା ବେଳେ ବିରୋଧୀଙ୍କୁ ବି କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ଓଡିଶା ଆସି ରିପୋର୍ଟ କାର୍ଡ ଦେବା ବେଳେ କିଏ କୁଆଡେ ରୋଡ ସୋ କରି ପଳାଇଲେ କହି ବିଜେଡି ମୁଖିଆଙ୍କୁ କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-will-be-the-pillar-of-support-for-a-developed-india | Argus News