ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡ଼ିଶା

ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡ଼ିଶା । ରାଜ୍ୟର ୮ ଜିଲ୍ଲାରେ ହେବ ନୂଆ ମେଡିକାଲ୍ କଲେଜ୍ ପ୍ରତିଷ୍ଠା । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର ଓ ଢେଙ୍କାନାଳ ଜିଲ୍ଲାରେ ଏମବିବିଏସ ପାଠ୍ୟକ୍ରମ ପାଇଁ ଆରମ୍ଭ ହେବ ମେଡିକାଲ୍ କଲେଜ ନିର୍ମାଣ। ସେହିଭଳି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝରରେ ବିଡିଏସ୍ ପାଠ୍ୟକ୍ରମ ପାଇଁ ଡେଣ୍ଟାଲ୍ କଲେଜ, ରାଇରଙ୍ଗପୁରରେ ଆୟୁର୍ବେଦିକ ମେଡିକାଲ କଲେଜ ନିର୍ମାଣ କାମ ଆରମ୍ଭ ହେବ। ଖବର ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଖୁସିର ମାହୋଲ ।
ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇଥିବାରୁ ନେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ । ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । ଅଞ୍ଚଳର ଯୁବକ ଯୁବତୀ ଡାକ୍ତରୀ ପାଠ ପଢିବା ପାଇଁ ଅଧିକ ସୁଯୋଗ ପାଇବା ସହ ରାଜ୍ୟରେ ଅଭାବି ଡାକ୍ତର ପଦ ମଧ୍ୟ ପୂରଣ ହୋଇପାରିବ । ପଦକ୍ଷେପ ପାଇଁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସ୍ଥାନୀୟ ବାସିନ୍ଦା ।