Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ମୁହାଁ ହେବେ ନିବେଶକାରୀ, ରାଜ୍ୟକୁ ଆସିବ ବିପୁଳ ପୁଞ୍ଜି

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡ଼ିଶା ମୁହାଁ ହେବେ ନିବେଶକାରୀ, ରାଜ୍ୟକୁ ଆସିବ ବିପୁଳ ପୁଞ୍ଜି

ଅର୍ଗସ ବ୍ୟୁରୋ: ଓଡ଼ିଶା ମୁହାଁ ହେବେ ନିବେଶକାରି ବା ପୁଞ୍ଜିପତି। ରାଜ୍ୟକୁ ଆସିବ ବିପୁଳ ଶିଳ୍ପ ଓ ପୁଞ୍ଜି । ସିଙ୍ଗାପୁରରୁ ଓଡ଼ିଶା ପାଇଁ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହଟିବ ବେକାରୀ ସମସ୍ୟା, ସୃଷ୍ଟି ହେବ ନିଯୁକ୍ତିର ଗନ୍ତାଘର। ପାରାଦୀପରୁ ରାଜ୍ୟବାସୀଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲିଠାରୁ ଏହି ଗସ୍ତରେ ବାହାରିବେ ସିଏମ୍ । ଉତ୍କର୍ଷ ଓଡ଼ିଶା ମେକ୍-ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସିଙ୍ଗାପୁରରେ ଶିଳ୍ପପତି ତଥା ପୁଞ୍ଜି ନିବେଶକାରୀଙ୍କୁ ଭେଟିବେ। ରାଜ୍ୟକୁ କେଉଁ ଭଳି ଶିଳ୍ପ ଓ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ବିନିଯୋଗ କରିବେ, ସେଥିପାଇଁ ହେବ ଆଲୋଚନା । ତା ସହ ସିଙ୍ଗାପୁରର କିଛି ଶିଳ୍ପ ଅଞ୍ଚଳ କରିପାରନ୍ତି ପରିଦର୍ଶନ। ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ରାଷ୍ଟ୍ରଦୂତଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ଥିବା ସୂଚନା। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମତେ ବରିଷ୍ଠ ଅଧିକାରୀ ସାମିଲ ହେବେ।.... ସେହିପରି ପାରାଦୀପରେ ୨ ଲକ୍ଷ କୋଟି ଟଙ୍କା ନିବେଶ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha will face investors, huge capital will come to the state | Argus News