ଓଡିଶାରେ ହେବ ସ୍ମାର୍ଟ ଶୀତଳ ଭଣ୍ଡାର

Key Points
() AI ଟେକନଲୋଜିରେ ସବୁ ସବଡିିଭିଜନରେ ହେବ ଶୀତଳ ଭଣ୍ଡାର
() ପନିପରିବା ପ୍ରକାର ଅନୁସାରେ ତାପମାତ୍ରା ନିୟନ୍ତ୍ରଣ କରିବ AI
() ଶୀତଳ ଭଣ୍ଡାରରେ ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
() ବିଦ୍ୟୁତର ବିକଳ୍ପ ଭାବେ ବ୍ୟବହାର ହେବ ସୌର ଶକ୍ତି ଓ ବାୟୋମାସ୍
() କମିବ ବିଜୁଳି ବିଲ୍, କ୍ଷତି ସହିବେନି ଶୀତଳ ଭଣ୍ଡାର ମାଲିକ
ଅର୍ଗସ ବ୍ୟୁରୋ: ପନିପରିବା ଚାଷୀଙ୍କ ପାଇଁ ଖୁସି ଖବର । ଆଉ ଅଭାବି ବିକ୍ରି କରିବେନି ଓଡିଆ ଚାଷୀ । ଉତ୍ପାଦିତ ଆଳୁ, ପନିପରିବା ଓ ଫଳକୁ ବର୍ଷ ସାରା ଦୀର୍ଘ ଦିନ ପାଇଁ ରଖି ପାରିବେ ସାଇତି । ସୌର ଶକ୍ତି ଏବଂ ବାୟୋ ମାସ ବ୍ୟବହାର କରି ୫୮ ସବଡିଭିଜନରେ ହେବ ୫୮ଟି ଶୀତଳ ଭଣ୍ଡାର । ଅକ୍ଷୟ ଶକ୍ତି ବା ସୌର ଶକ୍ତି ଅଧିକରୁ ଅଧିକ ବ୍ୟବହାର କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ । ଯେହେତୁ ବିଦ୍ୟୁତ ସମସ୍ୟା ରହୁଛି । ସବୁବେଳେ ବିଦ୍ୟୁତ ଉପଲବ୍ଧ ହେଉନାହିଁ । ତେଣୁ ଶୀତଳ ଭଣ୍ଡାର ପାଇଁ ସୌର ଶକ୍ତି ବ୍ୟବହାର କରିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଶୀତଳ ଭଣ୍ଡାରରେ ଲାଗିବ ଅତ୍ୟାନୁଧିକ ମଡେଲର ଅଟୋମେଟିକ ମେସିନ । AI ଜ୍ଞାନ କୌଶଳ ବ୍ୟବହାର ପାଇଁ ବିଚାର କରୁଛନ୍ତି ସରକାର । କେଉଁ ପନିପରିବା ପାଇଁ ଆବଶ୍ୟକ ତାପମାତ୍ରାକୁ ନିୟନ୍ତ୍ରଣ କରିବ AI । ନୂଆ ଜ୍ଞାନ କୌଶଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ।
ସରକାରୀ ଉଦାସୀନତା, ସଠିକ୍ ଜ୍ଞାନ କୌଶଳ ବ୍ୟବହାର ନକରିବା ଏବଂ ବିଦ୍ୟୁତ ସମସ୍ୟା ଯୋଗୁଁ ପୂର୍ବ ବିଜେଡି ସରକାର ସମୟରୁ ରାଜ୍ୟରେ ଥିବା ୧୩୩ ଶୀତଳ ଭଣ୍ଡାରରୁ ୯୭ ଅଚଳ ହୋଇ ପଡି ରହିଛି । ଏଇ ଯେମିତି ପୁରୀ ଜିଲ୍ଲା ପିପିଲି ସାତଶଂଖ ଠାରେ ଥିବା ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର । ଯାହା ଉପରେ ପୁରୀ ଜିଲ୍ଲାର ୮ ଗୋଟି ବ୍ଲକର ଚାଷୀ ନିର୍ଭର କରନ୍ତି । କିନ୍ତୁ ଗତ ଫନି ଠାରୁ ଭାଙ୍ଗିରୁଜି ପଡ଼ିରହିଛି । ବିଦ୍ୟୁତ ବିଲ ବକେୟା ଥିବା ଯୋଗୁଁ ଏହି ଶୀତଳ ଭଣ୍ଡାରଟି ପୁନଃ କାର୍ଯ୍ୟକ୍ଷମ ହୋଇ ପାରୁନି । ଆଉ ଚାଷୀ ପନିପରିବା ଚାଷରୁ ମୁଁହ ଫେରାଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ତେବେ ଓଡିଶାରେ ବିଜେପି ସରକାର ଆସିବା ପରେ ଉନ୍ନତ ଜ୍ଞାନ କୌଶଳ ବ୍ୟବହାରରେ ଶୀତଳ ଭଣ୍ଡାର କରାଯିବାକୁ ସ୍ଵାଗତ କରିଛନ୍ତି ଚାଷୀ ।
ଶୀତଳ ଭଣ୍ଡାର ଗୁଡିକୁ ବିଦ୍ୟୁତ ବିଲରେ ୫୦ ପ୍ରତିଶତ ରିହାତି ଦେବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ତେବେ ସୌର ଶକ୍ତି ଚାଳିତ ଶୀତଳ ଭଣ୍ଡାର ହେଲେ ତାହା ଦୀର୍ଘ ମିଆଦୀ ହୋଇପାରିବ । ଶୀତଳ ଭଣ୍ଡାର ମାଲିକ ମାନଙ୍କର ବିଦ୍ୟୁତ ଖର୍ଚ୍ଚ ବହୁତ କମିଯିବ । ବଡ ଶୀତଳ ଭଣ୍ଡାର ଗୁଡିକ ପାଇଁ ଅଧିକ ପୁଞ୍ଜିନିବେଶ ଆବଶ୍ୟକ । ତେଣୁ ସରକାର ଯଦି ଏ ନେଇ ଯୋଜନା କରିଛନ୍ତି, ତେବେ ଏହା ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟ ଶୀତଳ ଭଣ୍ଡାର ସଂଘ ସଭାପତି ଜନାର୍ଦ୍ଦନ ସାହୁ ।
📱 Get Argus News App
✨ବିଜେଡି ସରକାର ବେଳେ ରାଜ୍ୟରେ ଶୀତଳ ଭଣ୍ଡାର ସବୁ ବନ୍ଦ ହୋଇ ପଡିଥିବାରୁ ପନିପରିବା ଚାଷରୁ ମୁହଁ ଫେରାଉଥିଲେ ଚାଷୀ । ଆଉ ଯାହା ଅଳ୍ପ ବହୁତ ଅମଳ ହେଉଥିଲା, ତାକୁ ସଂରକ୍ଷଣ ସୁବିଧା ନଥିବାରୁ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଥିଲେ । ଆଳୁ ମିଶନ ବି ଫେଲ ମାରିଥିଲା । ଆଳୁ, ପିଆଜଠୁ ଆରମ୍ଭ କରି ପନିପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲେ ଓଡିଶା ବାସୀ । ହେଲେ ଏବେ ବିଜେପି ସରକାରଙ୍କ ପଦକ୍ଷେପ ଆଗକୁ ଓଡିଶାକୁ ଆତ୍ମନିର୍ଭରଶୀଳ କରିବ ବୋଲି ସଂଚାର ହୋଇଛି ନୂଆ ଆଶା ।
