Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକଶିତ ଭାରତରେ ବଡ଼ ଭୂମିକା ନେବ ଓଡ଼ିଶା।

Rashmita Mishra
Browse all articles by Rashmita Mishra
·1 year ago·2 min read
ବିକଶିତ ଭାରତରେ ବଡ଼ ଭୂମିକା ନେବ ଓଡ଼ିଶା।

Key Points

ଓଡ଼ିଶା ପାଇଁ ଅପାର ସମ୍ଭାବନାର ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ସମ୍ମିଳନୀ
ସମୃଦ୍ଧ ଓଡ଼ିଶା ଗଠନ ପାଇଁ 2.2 ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ସରକାର
ରାଜ୍ୟର ଭିତ୍ତିଭୂମି, ପର୍ଯ୍ୟଟନ, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ନିବେଶ ପାଇଁ ସ୍ବତନ୍ତ୍ର ସମାବେଶରେ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ମୋହନ ମାଝୀ କହିଲେ 1 ଲକ୍ଷ 40 ହଜାର ଲୋକଙ୍କୁ ନିଯୁକ୍ତି ପାଇଁ କରାଯାଉଛି ଉଦ୍ୟମ

ଅର୍ଗସ ବ୍ୟୁରୋ: ବିକଶିତ ଭାରତରେ ବଡ଼ ଭୂମିକା ନେବ ଓଡ଼ିଶା। ଏଥିପାଇଁ ସମୃଦ୍ଧ ଓଡ଼ିଶା ଗଠନ ଉପରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ଫୋକସ୍। ବିକଶିତ ଓଡ଼ିଶା ଗଠନ ପାଇଁ ଆବଶ୍ୟକ ପ୍ରବାସୀ ଭାରତୀୟଙ୍କ ସହଯୋଗ ଓ ସହଭାଗିତା। ଏଥିପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଅବସରରେ ପ୍ରବାସୀଙ୍କ ସହ ହୋଇଛି ସ୍ବତନ୍ତ୍ର ଆଲୋଚନା। ସ୍ବସ୍ତି ପ୍ରିମିୟମ୍ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର ସମାବେଶରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ, ରାଜ୍ୟ ଶିଳ୍ପମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ରହିଛି ଭିତ୍ତିଭୂମି, ଶିଳ୍ପ, ଶିକ୍ଷା, ଗମନାଗମନ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ବ୍ୟାପକ ବିନିଯୋଗ ସମ୍ଭାବନା । ଏଥିପାଇଁ 2.2 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର। ଏହା ମାଧ୍ୟମରେ 1 ଲକ୍ଷ 40 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଖଣି, ପାଣି, ଜମି, ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ, ସୁଦୀର୍ଘ ଉପକୂଳ ରେଖା, ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ ସ୍ଥଳୀ ଭଳି ଓଡ଼ିଶାରେ ଥିବା ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୁଞ୍ଜି ନିବେଶ ପାଇଁ ପ୍ରବାସୀଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ।


ଆଉ କିଛି ଦିନ ପରେ ଭୁବନେଶ୍ବରରେ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଯେଉଁଥିରେ ସାମିଲ ହେବାକୁ ପ୍ରବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରବାସୀ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ସହ ନିବେଶ ମାଧ୍ୟମରେ ସହଯୋଗର ହାତ ବଢ଼ାଇବାକୁ ଆହ୍ବାନ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଓଡ଼ିଶାରେ ଆଇଟି, ଟେକ୍ନୋଲୋଜିରୁ ନେଇ ଅକ୍ଷୟ ଶକ୍ତି ସବୁ କ୍ଷେତ୍ରରେ ନିବେଶ ପାଇଁ ଅପାର ସମ୍ଭାବନା। ଏଣୁ ଓଡ଼ିଶା ସରକାରଙ୍କ ଆହ୍ବାନକୁ ନେଇ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ପ୍ରବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-will-play-a-big-role-in-a-developed-india | Argus News