Delayed Winter in Odisha / ଏଥର ଡେରିରେ ଆସିବ ଶୀତ…ଡିସେମ୍ବର ଯାଏଁ ଲାଗିବ ଗରମ?
·1 hour ago·4 min read

Key Points
ଏବେ ଯେଉଁ ଏଲ ନିନୋ ଚାଲିଛି, ତାହା ଡିସେମ୍ବରରେ ସବୁଠୁ ଶକ୍ତିଶାଳୀ ହେବ ଏବଂ ୨୦୨୭ ଫେବୃୟାରୀ ଯାଏଁ ରହିବ
ଆପଣ ବି ଅନୁଭବ କରୁଛନ୍ତି କି? କାର୍ତ୍ତିକ ମାସ ଆରମ୍ଭ ହେଲାଣି କିନ୍ତୁ ଏଯାଏ ଶୀତର କୌଣସି ଚିହ୍ନବର୍ଣ୍ଣ ନାହିଁ। ସକାଳେ କୁହୁଡିର ବି ଦେଖାନାହିଁ ବା କେଉଁଠି କେମିତି ହାଲକା କୁହୁଡ଼ି, ଦିନ ୧୦ଟା ହେଲେ ଖରାରେ ଝାଳ ବୁହୁଛି। ଫ୍ୟାନ୍ ଚାଲିଛି, ଏସି, କୁଲର ଲାଗିଛି। ଏମିତି ଲାଗୁଛି ଯେମିତି ଶୀତ ରାସ୍ତା ଭୁଲି ଯାଇଛି। ଏହା କେବଳ ଆପଣଙ୍କ ମନର କଥା ନୁହେଁ। ପାଣିପାଗ ବିଭାଗ କହୁଛି - ହଁ, ଏ ବର୍ଷ ଶୀତ ଡେରିରେ ଆସିବ। ଆଉ ତା’ର ଅବଧି ବି ରହିବ। କାହିଁକି? ଆସନ୍ତୁ ଗପ ଭଳି ଅତି ସହଜରେ ବୁଝିବା ଏହି କଥାକୁ।
ଆମେରିକା ପାଖରେ ଗୋଟେ ବଡ଼ ସମୁଦ୍ର ଅଛି – ଆପଣମାନେ ଜାଣନ୍ତି, ଭୂଗୋଳରେ ପଢ଼ିଛନ୍ତି ତା’ର ନାଁ ପ୍ରଶାନ୍ତ ମହାସାଗର। ପ୍ରତି କିଛି ବର୍ଷରେ ସେ ସମୁଦ୍ରର ପାଣି ୧୦୪ ଜ୍ୱରରେ ଦେହ ତାତିବା ଭଳି ଗରମ ହୋଇଯାଏ। ସାଧାରଣ ଅପେକ୍ଷା ୨ ଡିଗ୍ରୀରୁ ଅଧିକ ଅଧିକ ଗରମ। ଏହାକୁ ବୈଜ୍ଞାନିକମାନେ ଅତି ସରଳ ଆଉ ବୁଝିହେବା ଭାଷେରେ କୁହନ୍ତି ଏଲ ନିନୋ। ସମୁଦ୍ର ଗରମ ହେଲେ କ'ଣ ହେବ? ସମୁଦ୍ର ଉପରର ପବନ ବି ଗରମ ହେବ। ସେ ପବନ ସାରା ପୃଥିବୀ ବୁଲିବ। ଆମ ଭାରତରେ ପବନର ବାଟ ବି ବଦଳିଯିବ।
ବିଶ୍ୱ ପାଣିପାଗ ସଂସ୍ଥା WMO କହିଛି - ଏବେ ଯେଉଁ ଏଲ ନିନୋ ଚାଲିଛି, ତାହା ଡିସେମ୍ବରରେ ସବୁଠୁ ଶକ୍ତିଶାଳୀ ହେବ ଏବଂ ୨୦୨୭ ଫେବୃୟାରୀ ଯାଏଁ ରହିବ। ଯାହା ଫଳରେ ଏ ବର୍ଷ ନୁହେଁ, ଆସନ୍ତା ବର୍ଷର ଶୀତ ବି ପ୍ରଭାବିତ ହୋଇପାରେ। ଆଉ ସବୁଠୁ ଅଧିକ ଶକ୍ତିଶାଳୀ ହେବ ଡିସେମ୍ବରରେ । ମାନେ ଠିକ୍ ଯେତେବେଳେ ଶୀତ ଆସିବା କଥା, ସେତେବେଳେ ଏଲ ନିନୋ ଶୀତକୁ ଅଟକାଇଦେବ। କହିବାକୁ ଆସୁଥିବା ଶୀତର ବାଟ- ଓଗାଳି ବସିବ। ଏଲ ନିନୋ ହେଲେ ଭାରତରେ କ'ଣ ହୁଏ? ଶୀତ ହାଲୁକା ହୋଇଯାଏ। ଡିସେମ୍ବରରେ ବି ଦିନର ତାପମାତ୍ରା ୧-୨ ଡିଗ୍ରୀରୁ ଅଧିକ ରହେ। ଶୀତଲହରୀ - ଯାହାକୁ ଆମେ କହୁ ଜାଡ଼ ତାହା ୪୦% କମିଯାଏ। ମାନେ ଆଗରୁ ଯଦି ୨୦ ଦିନ ପ୍ରବଳ ଥଣ୍ଡା ହେଉଥିଲା, ଏବେ ୮-୧୦ ଦିନ ହେବ।
ଶୀତ ଦିନେ ଦୂର ଭୂମଧ୍ୟସାଗରରୁ ଗୋଟେ ଝଡ଼ ଆସେ, ତାକୁ କୁହାଯାଏ ପଶ୍ଚିମୀ ଝଡ଼। ସେ ଝଡ଼ ହିମାଳୟରେ ବରଫ ପକାଏ। ସେ ବରଫର ଥଣ୍ଡା ପବନ ତଳକୁ ଖସି ଆସେ - ଦିଲ୍ଲୀ, କୋଲକାତା ଦେଇ ଓଡ଼ିଶା ଆସେ। ସେଥିପାଇଁ ଆମେ କୁହୁଡି ଦେଖୁ। କିନ୍ତୁ ଏବେ ସେ ଝଡ଼ ଦୁର୍ବଳ ହୋଇଗଲାଣି। ଗତ ବର୍ଷ ୯ଟି ଝଡ଼ ଆସିଥିଲା, ସଂଖ୍ୟା ଅଧିକ, କିନ୍ତୁ ସବୁ ଫମ୍ପା। ବରଫ ପଡ଼ିଲାନି। କାରଣ ପୃଥିବୀ ଗରମ ହେଉଛି। ଗରମ ହେଲେ ପବନର ରାସ୍ତା ଉପରମୁହାଁ ହେଉଛି। ଫଳରେ କ'ଣ ହେଉଛି? ହିମାଳୟରେ ବରଫ କମ, ତେଣୁ ଓଡ଼ିଶାରେ ଶୀତ କମ। ଆଉ ଗୋଟେ ତଥ୍ୟ - ଗତ ଡିସେମ୍ବର ଭାରତର ଗତ ଅନେକ ବର୍ଷ ମଧ୍ୟରେ ସବୁଠୁ ଶୁଖିଲା ଡିସେମ୍ବର ଥିଲା, ୬୯% ବର୍ଷା କମ୍ ହୋଇଥିଲା। ବର୍ଷା ନାହିଁ ମାନେ ମାଟି ଥଣ୍ଡା ହେବନି ବୋଲି ଜାଣନ୍ତୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠୁ ବଡ଼ ସତ। ଆମ ପୃଥିବୀର ଜ୍ୱର ବଢ଼ୁଛି ମାନେ ତାତି ବଢ଼ୁଛି । ଆପଣଙ୍କୁ ଗୋଟେ ସହଜ ଉଦାହରଣ ଦେଉଛି। ୧୯୦୧ ରୁ ୨୦୨୫ ମଧ୍ୟରେ ଭାରତର ସବୁଠୁ ଗରମ ୧୫ ବର୍ଷ ମଧ୍ୟରୁ ୧୧ ବର୍ଷ ହେଉଛି କେବଳ ୨୦୧୦ ପରେ। ତା ଭିତରେ ୨୦୨୪ ଥିଲା ସବୁଠୁ ଗରମ ବର୍ଷ। ଆହୁରି ଚକିତ କରିବା ଭଳି କଥା - ଲା- ନିନା ହେଲେ ଥଣ୍ଡା ବଢ଼େ। ୨୦୨୫ ଲା -ନିନା ବର୍ଷ ଥିଲା, ତଥାପି ଭାରତର ତାପମାତ୍ରା ସ୍ୱାଭାବିକ ଠାରୁ ୦.୨୮ ଡିଗ୍ରୀ ଅଧିକ ଥିଲା। ମାନେ ପ୍ରାକୃତିକ ଥଣ୍ଡା ବି ଏବେ ଗରମକୁ ହରାଇ ପାରୁନାହିଁ। ଏଇଠି ବୁଝିବା ଲା ନିନା କ’ଣ ଆଉ ଏଲ ନିନୋ କ’ଣ ?
ଲା ନିନା - ସମୁଦ୍ରର ଥଣ୍ଡା ଜ୍ୱର
ପ୍ରଶାନ୍ତ ମହାସାଗରର ପାଣି ସ୍ୱାଭାବିକ ଠାରୁ ଅଧିକ ଥଣ୍ଡା ହୋଇଯାଏ
ଏହା ହେଲେ ଭାରତରେ ସାଧାରଣତଃ ବର୍ଷା ଅଧିକ ହୁଏ, ଶୀତ ବି ଅଧିକ ହୁଏ
୨୦୨୪ ଶେଷ ଓ ୨୦୨୫ ଆରମ୍ଭରେ ଦୁର୍ବଳ ଲା ନିନୋ ଥିଲା
ସେଥିପାଇଁ ଆମେ ଭାବୁଥିଲୁ ଶୀତ ଅଧିକ ହେବ
ଏଲ ନିନୋ କ’ଣ ?
ଏହା ହେଉଛି ସମୁଦ୍ରର ଗରମ ତାତି ଜ୍ୱର
ସେହି ସମୁଦ୍ରର ପାଣି ସ୍ୱାଭାବିକ ଠାରୁ ଅଧିକ ଗରମ ହୋଇଯାଏ
ଏହା ହେଲେ ଭାରତରେ ବର୍ଷା କମ୍ ହୁଏ
ଶୀତ କମ୍ ହୁଏ, ଗରମ ବଢ଼େ
୨୦୨୫ ଅକ୍ଟୋବର ଠାରୁ ଏହା ବଦଳି ଯାଇଛି
ଏବେ ଏଲ ନିନୋ ଆରମ୍ଭ ହୋଇ ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଛି
WMO ର ସବୁଠୁ ନୂଆ ବୁଲେଟିନ୍ କହୁଛି - ଲା ନିନା ଶେଷ, ଏଲ ନିନୋ ଫେରିଲା
ଆଉ ଏହା ବହୁତ ଶକ୍ତିଶାଳୀ ହେବ, ୧୯୫୦ ପରର ସବୁଠୁ ବଡ଼ ମଧ୍ୟରୁ ଗୋଟିଏ
ଦିଲ୍ଲୀର Climate Trends ସଂସ୍ଥା କହୁଛି - ଉତ୍ତର ଭାରତରେ ଶୀତର ଅବଧି କମି ଯାଉଛି । ଜାନୁୟାରୀରେ ଯାହା ଥଣ୍ଡା ପଡୁଛି, ଫେବୃୟାରୀରେ ହଠାତ୍ ୩ ଡିଗ୍ରୀ ବଢ଼ି ଯାଉଛି। ଆଗରୁ ଶୀତ ପରେ ବସନ୍ତ ଆସୁଥିଲା, ଏବେ ସିଧା ଶୀତରୁ ଗରମ। ବସନ୍ତ ଋତୁ ହଜି ଯାଉଛି ଯେମିତି। ଭୁବନେଶ୍ୱର କଥା ଦେଖନ୍ତୁ। ୧୯୮୦ ରେ ଜାନୁୟାରୀରେ ୧୪ ଡିଗ୍ରୀ ହେଉଥିଲା, ଏବେ ୧୮ ଡିଗ୍ରୀ ତଳକୁ ଯାଉନି। ଫୁଲବାଣୀରେ ଆଗରୁ ୩ ଡିଗ୍ରୀ ହେଉଥିଲା, ଏବେ ୭ ଡିଗ୍ରୀ।
ଆଉ ଗୋଟେ କଥା ମନେରଖନ୍ତୁ, ଏହା କେବଳ ସ୍ୱେଟର ପିନ୍ଧିବା ନ ପିନ୍ଧିବାର କଥା ନୁହେଁ। ଏହା ବି ଆମ ପେଟ ପାଟଣାର କଥା। ଜାଣନ୍ତି ? ସୋରିଷ, ଆଳୁ, ଗହମ ପାଇଁ ଶୀତ ଦରକାର। ଶୀତ ନ ହେଲେ ଫୁଲ ଧରିବନି, ଫଳ ହେବନି, ଅମଳ କମିଯିବ। ବିହାରରେ ଏ ବର୍ଷ ଫେବୃୟାରୀରେ ୩୦ ଡିଗ୍ରୀ ହୋଇଗଲା, ସୋରିଷ ଫସଲ ପୋଡ଼ିଗଲା। ଓଡ଼ିଶାର ଚାଷୀ ବି ସେହି ଡରରେ। କେବଳ ସେତିକି ନୁହେଁ ଶୀତଦିନେ ଯେଉଁ ସବୁ ସୁନ୍ଦର ରଙ୍ଗବେରଙ୍ଗ ଫୁଲ ଫଟୁଥିଲା, ପ୍ରକୃତି ସୁନ୍ଦର ଦୁଶୁଥିଲା, ସେଇଟା ବି ହେବନି ।
ଆପଣ ଜାଣନ୍ତି? ୧୮୯୧ ରୁ ୨୦୨୬ ମଧ୍ୟରେ ପୂର୍ବ ଉପକୂଳକୁ ୫ ଶହରୁ ଅଧିକ ବାତ୍ୟା ଆସିଛି, ପଶ୍ଚିମ ଉପକୂଳକୁ ମାତ୍ର ୪୮ଟି। ଓଡ଼ିଶା ଏକା ୧୦୦ରୁ ଅଧିକ ବାତ୍ୟା ସହିଛି। ଶୀତ ଡେରି ମାନେ ସମୁଦ୍ର ଗରମ ରହିବ। ସମୁଦ୍ର ଗରମ ରହିଲେ ମେ, ନଭେମ୍ବର, ଡିସେମ୍ବରରେ ବି ବାତ୍ୟା ହୋଇପାରେ। ମନେ ଅଛି ଫନି? ମେ ମାସରେ ଆସିଥିଲା, ଯାହା ଗତ ୧୨୬ ବର୍ଷରେ ମାତ୍ର ୫ ଥର ହୋଇଛି। ଏବେ ଏମିତି ଅଦିନିଆ ବାତ୍ୟା ବଢ଼ିବ। ଦିନରେ ୩୨ ଡିଗ୍ରୀ, ରାତିରେ ୧୮ ଡିଗ୍ରୀ। ଏତେ ଫରକରେ ଥଣ୍ଡା-ଜ୍ୱର, ଭାଇରସ୍ ଜନିତ ରୋଗ ବଢ଼ିବ। ଶୀତ କମ୍ ହେଲେ ମଶା ମରିବେନି, ଡେଙ୍ଗୁ ବଢ଼ିବ। IMD ର ଆକଳନ କହୁଛି ଡିସେମ୍ବର ୧୫ ଯାଏଁ ଗରମ ଲାଗିବ। ପ୍ରକୃତ ଶୀତ ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହେବ, ଜାନୁୟାରୀ ୨୦ ଯାଏଁ ରହିବ। ଫେବୃୟାରୀ ଆରମ୍ଭରୁ ପୁଣି ଗରମ। ମାନେ ୯୦ ଦିନର ଶୀତ ଏବେ ୪୦ ଦିନରେ ସାରିବ। ମାନେ ଶୀତ ଡେରିରେ ଆସିବ ଆଉ ଶୀଘ୍ର ପଳାଇବ।

Related Topics
Explore more stories