Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶୀତରେ ଥରୁଛି ପୁରା ରାଜ୍ୟ, 4 ସହରର ତାପମାତ୍ରା 10 ଡିଗ୍ରୀ ତଳେ

Odisha

ଶୀତରେ ଥରୁଛି ପୁରା ରାଜ୍ୟ, 4 ସହରର ତାପମାତ୍ରା 10 ଡିଗ୍ରୀ ତଳେ

Smruti Parija
Browse all articles by Smruti Parija
·2 years ago·1 min read
ଶୀତରେ ଥରୁଛି ପୁରା ରାଜ୍ୟ, 4 ସହରର ତାପମାତ୍ରା 10 ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ । ରାତିରେ ପ୍ରବଳ ଥଣ୍ଡାକୁ ସକାଳୁ ପ୍ରବଳ କୁହୁଡି । ରାସ୍ତାଘାଟ କିଛି ଦିଶୁନି । ଫଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେଉଛି । ରାଜ୍ୟରେ ଶୀତ ଜାରି ରହିବା ସହ ଅନେକ ସ୍ଥାନରେ  ଘନ କୁହୁଡି ଦୃଶ୍ୟମାନ ହେଉଛି । କୋରାପୁଟ, ଦାରିଙ୍ଗବାଡି , ଜି ଉଡୟଗିରି ଓ ଫୁଲବାଣୀ ୪ ସହରରେ ୧୦ ଡିଗ୍ରୀ  ତଳେ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ  ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବାବେଳେ ଆଜି ୧୦ ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣି ଜାରି କରାଯାଇଛି । 

ଅନ୍ୟପଟେ ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ କେନ୍ଦୁଝର ମୟୂରଭଞ୍ଜ ଓ ଝାରସୁଗୁଡା  ଏହି ୪ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି  ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର  ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
odisha-winter-update | Argus News