Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଆକ୍ରମଣରେ ମହିଳା ଗୁରୁତର

Banajyotshna Ray
Browse all articles by Banajyotshna Ray
·10 months ago·1 min read
ହାତୀ ଆକ୍ରମଣରେ ମହିଳା ଗୁରୁତର

Key Points

ହାତୀ ଆକ୍ରମଣରେ ମହିଳା ଗୁରୁତର
ମୋରଡା ଅସ୍ତିଆ ନିକଟରେ ରାସ୍ତାରେ ଯାଉଥିବା ଅଟୋକୁ ଆକ୍ରମଣ କରିଥିଲା ହାତୀ
ଅଟୋରେ ମହିଳାଙ୍କ ସମେତ ୮ଜଣ ଲୋକ ବସିଥିଲେ

ହାତୀ ଆକ୍ରମଣରେ ମହିଳା ଗୁରୁତର । ମୋରଡା ଥାନା ଅସ୍ତିଆ ନିକଟରେ ଏକ ହାତୀ ହଠାତ ରାସ୍ତା ଉପରକୁ ଆସି ଆକ୍ରମଣ କରିଥିଲା । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଗାଁଅମର୍ଦାରୁ ବାରିପଦା ଚିପଟ ଅସ୍ତିଆକୁ ଫେରୁଥିବା ବେଳେ ଅଟୋକୁ ଆକ୍ରମଣ କରିଥିଲା ହାତୀ । ଅଟୋରେ ମହିଳାଙ୍କ ସମେତ ୮ଜଣ ଲୋକ ବସିଥିଲେ । ସମସ୍ଥେ ଅଟୋରୁ ବାହାରି ପଳାଉଥିବା ବେଳେ ମହିଳା ଜଣକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ମହିଳା ବାରିପଦା ଚିପଟ ଅସ୍ତିଆର ରୀନା ନାୟକ । ଘଟଣାସ୍ଥଳରେ ମୋରଡା ପୋଲିସ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।


ଅଟୋରେ ଥିବା ଅନ୍ୟମାନଙ୍କ ମଧ୍ୟରେ ୩ଜଣ ଆହତ ହୋଇଛନ୍ତି ।ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡ଼ୁଛି। ହାତୀପଲ କେତେବେଳେ କାହାକୁ ଆକ୍ରମଣ କରୁଥିବାବେଳେ ପୁଣି କେବେ କେବେ ଫସଲ ନଷ୍ଟ କରୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman Critically Injured in Elephant Attack in Odisha | Argus News | Argus News