Videos
|
Odisha

ଯାତ୍ରୀଙ୍କ ବିଶ୍ଵାସ ଜିତୁଛି ଓଡ଼ିଶା ଯାତ୍ରୀ, ଚାଳକଙ୍କୁ ଦେବାକୁ ପଡ଼ୁନି କମିଶନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଯାତ୍ରୀଙ୍କ ବିଶ୍ଵାସ ଜିତୁଛି ଓଡ଼ିଶା ଯାତ୍ରୀ, ଚାଳକଙ୍କୁ ଦେବାକୁ ପଡ଼ୁନି କମିଶନ

Key Points

ଯାତ୍ରୀଙ୍କ ସହ ଚାଳକଙ୍କ ସୁରକ୍ଷାକୁ ଧ୍ୟାନ

ଜିତୁଛି ହଜାର ହଜାର ଯାତ୍ରୀଙ୍କ ଭରସା

ଲାଇଭ୍ ଟ୍ରିପ୍ ସେୟାରିଂ ଭଳି ଆଡଭାନ୍ସ ଫିଚର

ଭୁବନେଶ୍ଵର: ଘରୁ କୁଆଡ଼େ ଯିବାର ଅଛି, ଅନଲାଇନ୍‌ରୁ ଭଡ଼ାରେ ଗାଡ଼ି ଦରକାର । ସେଥିରେ ପୁଣି କୌଣସି ଲୁଚାଛପା ଦେୟ ନଥିବ । ଯାତ୍ରୀଙ୍କ ସହ ଚାଳକ ବି ହଇରାଣ ହେଉ ନଥିବେ । ଏମିତି ଏକ ସୁନ୍ଦର ପରିକଳ୍ପନାକୁ ଓଡ଼ିଶାରେ ବାସ୍ତବତାର ରୂପ ଦେଇଛି ଓଡ଼ିଶା ଯାତ୍ରୀ । ଦୈତ୍ୟ ନଗରୀ କଟକ-ଭୁବନେଶ୍ଵରରେ ଓଡ଼ିଶା ଯାତ୍ରୀ ଆପ୍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ସୁଗମ ହୋଇଛି ।


ଓଡ଼ିଶା ଯାତ୍ରୀ ଆପ୍ଲିକେସନରେ ଯାତ୍ରୀଙ୍କ ସହ ଚାଳକଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯାଇଛି । ଯେଉଁଥିପାଇଁ ଏବେ ଓଡ଼ିଶା ଯାତ୍ରୀ ଲୋକପ୍ରିୟ ହେବା ସହ ଜିତୁଛି ହଜାର ହଜାର ଯାତ୍ରୀଙ୍କ ଭରସା । ସଡ଼କ ସୁରକ୍ଷା ମାସ ଅବସରରେ ଓଡ଼ିଶା ଯାତ୍ରୀକୁ ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହା ଏବେ ସହରୀ ଲୋକଙ୍କ ଯାତାୟାତରେ ହୋଇଛି ବଡ଼ ଅଂଶ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶା ଯାତ୍ରୀ ଆପ୍‌ରେ ରିଅଲ ଟ୍ରାଇମ୍ ଟ୍ରିପ୍ ଟ୍ରାକିଂରୁ ନେଇ ଲାଇଭ୍ ଟ୍ରିପ୍ ସେୟାରିଂ ଭଳି ଆଡଭାନ୍ସ ଫିଚର ରହିଛି । ଏହି ଆପରେ ଏମରଜେନ୍ସି ହେଲପଲାଇନ୍ ୧୧୨ ସହ ଅନ୍ୟ ଜରୁରୀକାଳୀନ ସ୍ଥିତିରେ ଖବର ଦେବା ପାଇଁ ବ୍ୟବସ୍ଥା ରହିଛି । ଏହି ଆପ୍‌ରେ ଗାଡ଼ି ଚଳାଇବା ଲାଗି ପଞ୍ଜିକୃତ ପ୍ରତିଟି ଚାଳକଙ୍କ ଭେରିଫେକସନ କରାଯିବା ସହ ସେମାନଙ୍କୁ ସୁରକ୍ଷା ଟ୍ରେନିଂ ଦିଆ ଯାଉଛି । ଯାହାକି ଏବେ ଯାତ୍ରୀଙ୍କ ବିଶ୍ଵାସ ଭାଜନ ହୋଇ ପାରିଛି ।


ଦେଶରେ କାର୍ଯ୍ୟ କରୁଥିବା ପାରମ୍ପରିକ ଆପ୍ ଗୁଡ଼ିକ ଚାଳକଙ୍କ ଠାରୁ କମିଶନ୍ ନେଉଥିବା ବେଳେ ଓଡ଼ିଶା ଯାତ୍ରୀ ଆପ୍‌ରେ ଚାଳକଙ୍କୁ ଟଙ୍କା ଟିଏ ବି ଦେବାକୁ ପଡ଼ୁନି । ଟ୍ରିପ୍‌ରେ ଗ୍ରାହାକଙ୍କ ଠାରୁ ପାଉଥିବା ଅର୍ଥ ସମ୍ପୂର୍ଣ୍ଣ ଭାବେ ଚାଳକଙ୍କୁ ମିଳୁଛି । ଏହା କେବଳ ଚାଳକଙ୍କ ରୋଜଗାର ବଢ଼ାଉଛି ତା ନୁହେଁ ସେମାନଙ୍କୁ ପ୍ରେରଣା ବି ଯୋଗାଉଛି ।


ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଓଡ଼ିଶା ଯାତ୍ରୀ କେବଳ ଏକ ମୋବିଲିଟି ଆପ୍ ନୁହେଁ । ଏହା ବିକଶିତ ଓଡ଼ିଶାକୁ ଲକ୍ଷ୍ୟ ରଖି କରାଯାଇଛି । ଯେଉଁଥିରେ ସହରୀ ଯାତାୟାତ ଆହୁରି ସୁରକ୍ଷିତ ହେବ । ଏହା ସହରୀ ଯାତାୟାତ କ୍ଷେତ୍ରରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ।


ସେହିଭଳି ଯାତ୍ରୀଙ୍କ ସୁରକ୍ଷା ଲାଗି ଆପ୍‌ରେ ଧ୍ୟାନ ଦିଆଯାଇଛି । ଟ୍ରିପ୍ ସେୟାରିଂ ସହ ଅନ୍ୟ ବିକଳ୍ପ ରହିଛି । ଆଗକୁ ଏଆଇ ସଂଲଗ୍ନ ଅନ୍ୟ ଫିଚର ଦେବାକୁ ଓଡ଼ିଶା ଯାତ୍ରୀ ଲକ୍ଷ୍ୟ ରଖିଛି ।

Odisha Yatri Wins Heart Of Passenger | Argus News