Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବକଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣି ଟଙ୍କା ଓ ମୋବାଇଲ ଲୁଟ୍

Rashmita Mishra
Browse all articles by Rashmita Mishra
·10 months ago·1 min read
ଯୁବକଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣି ଟଙ୍କା ଓ ମୋବାଇଲ ଲୁଟ୍

Key Points

ଯୁବକଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣି ଟଙ୍କା ଓ ମୋବାଇଲ ଲୁଟ୍
ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର
ଗୁରୁତର ଯୁବକ ବାଣିଦା ଗାଁର ଅରୁଣ ମହାନ୍ତି

ମାତିଲେ ଏନଏଚ୍ ଲୁଟେରା । ଯୁବକଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣି ଲୁଟ୍ ଅଭିଯୋଗ । ବାଲେଶ୍ବର ଜିଲ୍ଲା ଜଳେଶ୍ୱରର ଜମାଳପୁର ବାଇପାସ୍ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁବୃର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ।


ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ଦୁଇ ହାତ ଓ ମୁଣ୍ଡକୁ ହାଣିବା ପରେ ଦୁବୃର୍ତ୍ତ ମାନେ ଫେରାର ହୋଇଯାଇଥିଲେ । ଗୁରୁତର ଯୁବକ ବାଣିଦା ଗାଁର ଅରୁଣ ମହାନ୍ତି । ହୋଟେଲରେ କାମ ସାରି ଘରକୁ ଫେରୁଥିବାବେଳେ ଆକ୍ରମଣ ହୋଇଛି । ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Youth Attacked with Sword and Robbed of Cash & Mobile in Odisha | Argus News