Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ

Rashmita Mishra
Browse all articles by Rashmita Mishra
·10 months ago·1 min read
ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ

Key Points

ଭୁବନେଶ୍ବରରେ ଉନ୍ମୋଚନ ହେଲା `ଭାରତ ନେତ୍ର'
ଓଡ଼ିଶା ସରକାର ଓ ସିଙ୍ଗାପୁରର GFTNର ମିଳିତ ଉଦ୍ୟମରେ ଉନ୍ମୋଚନ 
ଯୁବକଯୁବତୀଙ୍କ ଦକ୍ଷତା ଯେତେ ବୃଦ୍ଧି ହେବ ଓଡ଼ିଶାର ଅର୍ଥନୀତି ସେତେ ସୁଦୃଢ଼ ହେବ
ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ

ଶୁକ୍ରବାର ଭୁବନେଶ୍ବରରେ ଔପଚାରିକ ଭାବେ ଲଞ୍ଚ ହୋଇଛି ଓଡ଼ିଶା ସରକାର ଓ ସିଙ୍ଗାପୁରର ଗ୍ଲୋବାଲ ଫାଇନାନସିଆଲ ଟେକ୍ନୋଲଜି ନେଟଓ୍ବାର୍କ-GFTNର ମିଳିତ ଉଦ୍ୟମରେ ଭାରତ ନେତ୍ର-ONE VISION, ONE FINANCE, ONE FUTURE ।

କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗ୍ଲୋବାଲ ଫାଇନାନସିଆଲ ଟେକ୍ନୋଲଜି କାପାସିଟି ହବ-I-GFTCH ଶୁଭ ଉନ୍ମୋଚନ ହୋଇଛି । ଏହା ଭାରତ ସହ ଏସିଆ ପାସିଫିକ ଇନୋଭେସନ କରିଡରକୁ ଯୋଡିବ । ଲଞ୍ଚିଂ ସେରିମନିରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବିଶ୍ବ ଏବଂ ଭାରତର ଶିଳ୍ପଜଗତର ଲିଡରମାନଙ୍କୁ ଏକାଠି ହେବାର ଦେଖିବାକୁ ମିଳିବ ।

ଜାନୁଆରୀ ୨୦୨୫ରେ ସିଙ୍ଗାପୁରର ରାଷ୍ଟ୍ରପତି ଥରମାନ ସନମୁଗରତ୍ନମ ଭୁବନେଶ୍ବର ଗସ୍ତରେ ଆସିଥିଲେ । ଏହି ସମୟରେ ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ଓଡ଼ିଶା ଓ ସିଙ୍ଗାପୁରର ମଧ୍ୟରେ ୮ MOU ସ୍ବାକ୍ଷର ହୋଇଥିଲା । ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରର GFTN ସହ ହୋଇଥିଲା MOU ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Government Focuses on Skill Development for Youth | Argus News | Argus News